ନିର୍ବାଚନ ଏମିତି ଏକ ପର୍ଯ୍ୟାୟ ହୋଇଥାଏ ଯେଉଁଠାରେ ଗୋଟିଏ ଗୋଟିଏ ଭୋଟ ବି ମୂଲ୍ୟ ରଖିଥାଏ | ମାତ୍ର ଗୋଟିଏ ଭୋଟ ପାଇଁ କେଉଁଠି ପ୍ରାର୍ଥୀ ହାରିଯାଏ ତ ପୁଣି କେତେବେଳେ ଜଣେ ନିର୍ବାଚନ ଜିତିଯାଇଥାଏ | ମହାରାଷ୍ଟ୍ରରେ ଏବେ ଏମିତି ଏକ ଘଟଣା ଘଟିଛି, ଯେଉଁଠି ମାତ୍ର ଗୋଟିଏ ଭୋଟ ପାଇ ଜଣେ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି ଓ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି | ତେବେ କୌତୁହଳର କଥା ଯେ ଏହି ଗୋଟିଏ ଭୋଟ ଦେଇଥିବା ପ୍ରାର୍ଥୀଙ୍କ ଜେଜେ ମା ଆଉ ଏହି ଦୁନିଆରେ ନାହାଁନ୍ତି |ମିଳିଥିବା ସୂଚନା ମୁତାବକ ମହାରାଷ୍ଟ୍ରରେ ହୋଇଥିବା ପଂଚାୟତ ନିର୍ବାଚନ ପାଇଁ ପୁଣେର ମୂଳସୀ ଗାଁର ବିଜୟ ସାଥେ ନିର୍ବାଚନ ଲଢ଼ିଥିଲେ | ଆଉ ଜାନୁୟାରୀ ୧୫ ତାରିଖରେ ଏଥିପାଇଁ ଭୋଟ ଗ୍ରହଣ ହୋଇଥିଲା | ତେବେ ନିଜ ନାତିଙ୍କ ପାଇଁ ଭୋଟ ଦେବାକୁ ପହଁଚିଯାଇଥିଲେ ବିଜୟଙ୍କ ୧୧୩ ବର୍ଷୀୟ ଜେଜେମା ସବାଇ ସାଥେ | ଦିନରେ ଭୋଟ ଦେଇଥିବା ସବାଇଙ୍କର ରାତିରେ ଦେହାନ୍ତ ହୋଇଯାଇଥିଲା |ତେବେ ଜାନୁୟାରୀ ୧୮ ତାରିଖରେ ଯେତେବେଳେ ନିର୍ବାଚନ ଫଳାଫଳ ଆସିଥିଲା ସେତେବେଳେ ମାତ୍ର ଗୋଟିଏ ଭୋଟ ଅନ୍ତରରେ ନିକଟତମ ପ୍ରତିଦ୍ୱନ୍ଦ୍ୱିଙ୍କୁ ବିଜୟ ପରାସ୍ତ କରିଥିଲେ | ନିର୍ବାଚନରେ ଜିତିବା ପରେ ବିଜୟ କହିଛନ୍ତି ଯେ ‘ଯଦି ମୋ ଜେଜେମା ଭୋଟ ଦେଇନଥାନ୍ତା ତେବେ ନିର୍ବାଚନରେ ଜିତିପାରିନଥାନ୍ତି | ଯଦି ମୋ ୧୧୩ ବର୍ଷୀୟ ଜେଜେ ମା ସେହିଦିନ ଭୋଟ ଦେବାକୁ ଯାଇନଥାନ୍ତେ, ତେବେ ବୋଧେ ମୁଁ ନିର୍ବାଚନରେ ଗୋଟିଏ ଭୋଟ ପାଇଁ ହାରିଯାଇଥାନ୍ତି’ | ଗାଁ ପାଇଁ କିଛି କରିବାକୁ ଜେଜେମା ପରାମର୍ଶ ଦେଇଥିବା ନବ ନିର୍ବାଚିତ ସରପଞ୍ଚ କହିଛନ୍ତି |
Latest article
ଯାତ୍ରୀ ଭଡା ବଢାଇଲା ରେଳ ବିଭାଗ
ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କ ପାଇଁ ରେଳ ଭଡା ବୃଦ୍ଧି କରିଛନ୍ତି । ରେଳ ବିଭାଗର ସୂଚନା ମୁତାବକ ଅଳ୍ପଦୂର ଯାଉଥିବା ଯାତ୍ରୀଙ୍କ ଭଡା ବୃଦ୍ଧି କରାଯାଇଛି । ଭଡାବୃଦ୍ଧିର କାରଣ ଦର୍ଶାଇବାକୁ...
ମୁଖ୍ୟମନ୍ତ୍ରୀଙ୍କ ସହାୟତାରେ ପୁଣି ଘର ତିଆରି କଲେ ବିଏସଏଫ୍ ଯବାନ୍ ଅନିଶ
ନୂଆଦିଲ୍ଲୀ : ‘ଦଙ୍ଗାକାରୀମାନେ ଭାଙ୍ଗି ଦେଇଥିବା ମୋ ଘରକୁ ସଜାଡ଼ି ପାରିଲି। ହେଲେ, ଦଙ୍ଗାରେ ପୋଡ଼ି ପାଉଁଶ ହୋଇଯାଇଥିବା ମୋ ବିବାହ ସାମଗ୍ରୀକୁ ଆଉ ତିଆରି କରିପାରିନାହିଁ। ଦେଶର ସୁରକ୍ଷା ପାଇଁ ଜଣେ...
୪ ବର୍ଷର ପୁଅକୁ ନିର୍ଦ୍ଦୟଭାବେ ପିଟିଲା ମା’
ଭୁବନେଶ୍ବର: ମାତ୍ର ୪ ବର୍ଷର ଛୁଆ। ଭଲ କରି କଥା କହି ଶିଖିନି। ସିଲଟ ଖଡ଼ି ବି ଧରି ଜାଣିନି। କିନ୍ତୁ ମା’ର ଜିଦ୍ ପୁଳାପୁଳା ପଢ଼ିଯାଉ। ଟିଉସନ୍ ଯିବାକୁ ଅମଙ୍ଗ ହେବାରୁ...