ପୁଣି ଲେଉଟିଛି ଶୀତ

0
254
abc
abc

ପୁଣି ଲେଉଟିଛି ଶୀତ । ଚାରି ଦିନ ଧରି ରାଜ୍ୟରେ କୋହଲା ପାଗ ଲାଗି ରହିଥିବାବେଳେ ଆଜି ଖରା ବାହାରିଛି । କିନ୍ତୁ ଶୀତର ପ୍ରକୋପ ପୁଣି ବଢ଼ିଥିବା ଦେଖିବାକୁ ମିଳିଛି । ଆଜି ଠାରୁ ରାଜ୍ୟରେ ଅଧିକ ଶୀତ ପଡିବା ସହ କିଛି ସ୍ଥାନରେ କୁହୁଡି ହେବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତାପମାତ୍ରା ୨ରୁ ୫ଡିଗ୍ରୀ ହ୍ରାସ ପାଇବା ସହ ଆସନ୍ତା ୨୪ଘଂଟା ମଧ୍ୟରେ ବାଲେଶ୍ୱର, କଟକ,ଅନୁଗୋଳ, ସୁନ୍ଦରଗଡ, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହେବ । ଏହା ସହ କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ରାୟଗଡା, କୋରାପୁଟ୍ ଓ ଅନୁଗୋଳ ଜିଲ୍ଲାରେ ଘନ କୁହୁଡି ଦେଖାଯିବ ଏବଂ ଆସନ୍ତା ପାଂଚ ଦିନ ଯାଏଁ ପାଗ ଶୁଖିଲା ରହିବ ବୋଲି ମଧ୍ୟ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here