୩ଦିନ ଛେଚିବ

0
359
bbm
bbm

ଆଚିଭରର୍ସ ନ୍ୟୁଜ୍‌: ପୁଣି ଫେରିଛି ବର୍ଷା । ରାଜଧାନୀ ସମେତ କିଛି ସ୍ଥାନରେ କୋହଲା ପାଗ ଦେଖାଯାଇଛି । ସମ୍ବଲପୁର ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗତକାଲି ରାତିରୁ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ଫଳରେ ରାଜ୍ୟରେ କିଛି ଦିନ ବ୍ୟବଧାନରେ ପୁଣି ଶୀତୁଆ ପାଗ ଦେଖାଦେଇଛି । ତେବେ ଆସନ୍ତା ୩ଦିନ ଯାଏଁ ଏଭଳି ବର୍ଷା ଲାଗି ରହିବ ବୋଲି ପୂର୍ବାନୂମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ଆଜି ଓ ଆସନ୍ତାକାଲି ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ଅନୁଗୁଳ, ବରଗଡ, ଢ଼େଙ୍କାନାଳ, ଦେବଗଡ, ଝାରସୁଗୁଡା, ମୟୁରଭଞ୍ଜ ସମ୍ବଲପୁର ଓ ସୁନ୍ଦରଗଡରେ ବର୍ଷାର ପରିମାଣ ଅଧିକ ରହିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, କେନ୍ଦ୍ରାପଡା, କଟକଓ ପୁରୀରେ ସ୍ୱଳ୍ପ ଧରଣର ବର୍ଷା ହେବା ସହ ଘଡଘଡି ମାରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here