ଆଜିଠୁ ବର୍ଷା, ୭ପରେ ବଢ଼ିପାରେ ପାରା

0
229
ABC
ABC

ଆଚିଭରର୍ସ ନ୍ୟୁଜ୍‌: ରାଜ୍ୟରେ ଦେଖାଦେଇଛି କୋହଲା ପାଗ । ଆସନ୍ତା ୭ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ପରେ ୮ତାରିଖରୁ ତାତି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଆଜି କିଛି ସ୍ଥାନରେ ଝିପି ଝିପି ବର୍ଷା ଆରମ୍ଭ ହୋଇଥିବାବେଳେ ମଧ୍ୟାହ୍ନ ପରେ ବର୍ଷାର ପରିମାଣ ବଢ଼ିପାରେ । ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ସମେତ ୧୨ଟି ଜିଲ୍ଲାରେ ବର୍ଷା ହେବା ସହ ଘଂଟାପ୍ରତି ୩୦ରୁ ୪୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାରେ ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା ଜାରୀ କରାଯାଇଛି । ଆସନ୍ତା ୭ତାରିଖ ପରଠୁ ପାଗରେ ପରିବର୍ତନ ଆସିବା ସହ ତାତି ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୂମାନ କରିଛି ।

LEAVE A REPLY

Please enter your comment!
Please enter your name here