କାଲିଠାରୁ କମିବ ବର୍ଷା, ହେବ ପାଗର ପରିବର୍ତନ

0
258
BBM
BBM

ଆଚିଭରର୍ସ ନ୍ୟୁଜ୍‌: ଗତ ଦୁଇ ଦିନ ହେବ ରାଜ୍ୟରେ ଲାଗି ରହିଛି ବର୍ଷା । ଆସନ୍ତା କାଲି ଠାରୁ ବର୍ଷା କମିବା ସହ ପାଗରେ ପରିବର୍ତନ ଆସିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ୨ରୁ ୩ଦିନ ହେବ ବର୍ଷା ସାଙ୍ଗକୁ କୋହଲା ପାଗ ରହିଛି । ଆସନ୍ତା ୨୪ ଘଂଟା ମଧ୍ୟରେ କନ୍ଧମାଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ ଓ ଜଗତସିଂହପୁରରେ କେତେକ ଅଂଚଳରେ ସ୍ୱଳ୍‌ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ବର୍ଷା ପରେ ରାଜ୍ୟରେ ୨ରୁ ୩ଡିଗ୍ରୀ ଯାଏଁ କମିବ ବୋଲି ସୂଚନା ମିଳିଛି । ଖୋର୍ଦ୍ଧା, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ଅନୁଗୁଳରେ ଘନ କୁହୁଡ ଦେଖାଯିିବା ସମ୍ଭାବନା ରହିଛି । ଗତ ୨୪ଘଂଟାରେ ସର୍ବାଧିକ ୭୮.୨ମିମି ବର୍ଷା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here