ହ୍ୟାପି ଭାଲେଂଟାଇନ୍ ଡେ

0
84
abc
abc

ଆଜି ପ୍ରେମ ସପ୍ତାହର ଶେଷ ଦିନ ଅର୍ଥାତ ଭାଲେଂଟାଇନ୍ ଡେ । ପ୍ରେମ ପାଇଁ ଦିନ ଟିଏ । ଆଜିର ଦିନକୁ ଯୁବପୀଢ଼ି ବେଶ ଉତ୍ସାହର ସହ ପାଳନ କରୁଛନ୍ତି । ସର୍ମ୍ପକ ନିବିଡ କରିବା ଲାଗି ଏହି ଦିନଟିକୁ ପ୍ରେମୀଯୁଗଳ ଚାହିଁ ବସିଥାନ୍ତି । କିଏ କେଉଁ ପ୍ରକାର ଆଜିର ଦିନକୁ ପାଳନ କରିବ ସେଥିପାଇଁ ସବୁ ପ୍ରସ୍ତୁତି ସରିଛି । ତେବେ ଉପହାର ଦେବା ନେବା ଭିତରେ ସର୍ମ୍ପକ ଆହୁରି ମଜବୁତ୍ ହୋଇଥାଏ । ସିନେମା ହଲ୍‌, ପାର୍କ, ରେଷ୍ଟୁରାଂଟ ଏବଂ ମଲ୍ ମାନଙ୍କରେ ଆଜି ଦିନରେ ପ୍ରେମୀ ଯୁଗଳଙ୍କର ଭିଡ ଦେଖିବାକୁ ମିଳିଥାଏ । କେହି କେହି ଆଜିର ଦିନକୁ ସ୍ମରଣୀୟ କରିବା ପାଇଁ ଦୂର ସ୍ଥାନକୁ ବୁଲିବା ପାଇଁ ମଧ୍ୟ ପ୍ଲାନ କରିଛନ୍ତି । କେବଳ ଏତିକି ନୁହେଁ ବର୍ତମାନର ସୋସିଆଲ ମିଡିଆ ଯୁଗରେ ସାଥୀକୁ ଉପହାର ଦେବାର ଢ଼ାଂଚା ବଦଳିଛି । ସୋସିଆଲ ମିଡିଆରେ ନିଜର ସାଥୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାହୋଇ ପାରୁଛି । ଦୂରରେ ଥିବା ସାଥୀକୁ ଅନଲାଇନ୍ ସାଇଡ୍‌ରୁ ଗିଫ୍ଟ୍ ଅର୍ଡର କରି ପଠାଉଛନ୍ତି ।

LEAVE A REPLY

Please enter your comment!
Please enter your name here