ୟୁପି ଗସ୍ତରେ ମୋଦୀ…

0
286
bbm
bbm

ଆଚିଭରର୍ସ ନ୍ୟୁଜ୍‌: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତରପ୍ରଦେଶ ଗସ୍ତ କରିଛନ୍ତି । ପ୍ରୟାଗରାଜ ଠାରେ ୨୬,୭୮୯ ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତିଙ୍କୁ ପ୍ରାୟ ୫୬ ହଜାର ସହାୟକ ଉପକରଣ ବଂଟନ କରିଛନ୍ତି । ଏହାପରେ ଚିତ୍ରକୂଟର ଭରତକୂପରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ ର ଶିଳାନ୍ୟାସ କରିଛନ୍ତି । ପ୍ରୟାଗରାଜ ପରେଡ୍ ପଡିଆରେ ଠାରେ ସାମଜିକ ଅଧିକାରିତା ଶିବିର ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସାମଜିକ କର୍ମୀଙ୍କ ‘ଶିବିର’ ମୋଦୀ ଉଦଘାଟନ୍ କରିଛନ୍ତି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଯେଉଁ ଉପକରଣ ଦିବ୍ୟାଙ୍ଗ ଓ ବୃଦ୍ଧ ବୃଦ୍ଧାଙ୍କୁ ବଂଟନ କରାଯାଇଛି ତାହା ସେମାନଙ୍କ ଜୀବନ, ଆତ୍ମବିଶ୍ୱାସ ଓ ସାହାସ ପାଇଁ ପ୍ରେରଣା ଯୋଗାଇବ କାରଣ ୧୩୦କୋଟି ଭାରତୀୟଙ୍କ ଜିତ ପାଇଁ କାମ କରିବା ଆମ ଦାଇତ୍ୱ ବୋଲି ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି । ସେପଟେ ମୋଦୀ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ ଚିତ୍ରକୂଟର ଭରତକୂପ ଠାରୁ ଆରମ୍ଭ ହୋଇ ବାନ୍ଦା, ହମୀରପୁର,ମହୋବା ଓ ଓରୋୟା ହୋଇ ଇଟାୱାର କୁଦରେଲ ଗାଁ ନିକଟରେ ଯମୁନା ଏକ୍ସପ୍ରେସକୁ ଛୁଇଁବ । ଏହି ରାସ୍ତା ନିର୍ମାଣ ହେବା ପରେ ବୁନ୍ଦେଲଖଣ୍ଡ ସିଧାସଳଖ ଦିଲ୍ଲୀ ସହିତ ଯୋଡି ହୋଇଯିବ । ପ୍ରାୟ ୨୯୬କିଲୋମିଟର ଲମ୍ବ ଏହି ରାସ୍ତାର ନିର୍ମାଣ ପାଇଁ ୧୪ହଜାର ୮୪୯କୋଟି ଟଙ୍କା ଖର୍ଚ୍ଚ ହେବ । ଏବେ ଏହା ୪ଥାକିଆ ହେବ ଏବଂ ଭବିଷ୍ୟତରେ ୬ଥାକିଆରେ ସମ୍ପସାରଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରକଳ୍ପ ପାଇଁ ୯୫ ପ୍ରତିଶତ ଜମି ଅଧିଗ୍ରହଣ ଶେଷ ହୋଇଛି । ୨୦୨୨ ସୁଦ୍ଧା ଏହି ପ୍ରକଳ୍ପକୁ ଶେଷ କରିବାକୁ ଯୋଜନା ରଖାଯାଇଛି ।

LEAVE A REPLY

Please enter your comment!
Please enter your name here