ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପ୍ରିନ୍ସପାଲ ଦେଲେ ଏମତି ପରାମର୍ଶ, ଯାହା ଶୁଣିଲେ ଉଡିଯିବ ଆପଣଙ୍କର ହୋସ…

0
183
BBM
BBM

ଆଚିଭରର୍ସ ନ୍ୟୁଜ୍‌: ପରୀକ୍ଷା ପୂର୍ବରୁ ମନ ଦେଇ ଛାତ୍ରଛାତ୍ରୀଙ୍କୁ ଏମିତି କିଛି ଉପଦେଶ ଦେଇଛନ୍ତି ସ୍କୁଲର ପ୍ରିନ୍ସପାଲ ଯାହାକୁ ଶୁଣିଲେ ଆପଣ ହୋସ୍ ଉଡିଯିବ । ଭଲ ପାଠ ପଢ଼ି ପରୀକ୍ଷା ଦେବା ପରିବର୍ତେ ପରୀକ୍ଷା ଖାତାରେ ଲାଂଚ ଦେବାକୁ ଶିକ୍ଷାଇଛନ୍ତି ପ୍ରିନ୍ସପାଲ । ସୂଚନାନୂସାରେ ଉତରପ୍ରଦେଶରେ ସେକେଣ୍ଡାରୀ ଏଜୁକେସନ୍ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି । ଏନେଇ ଏକ ଘରୋଇ ସ୍କୁଲର ପ୍ରିନ୍ସପାଲ ପ୍ରବୀଣ ମଲ୍ ପରୀକ୍ଷାରେ ଚିଟିଂ କରିବାକୁ ଉପଦେଶ ଦେଇଥିବା ଭିଡିଓ କ୍ଲିପ ଏବେ ଭାଇରାଲ ହେଉଛି । ଯେଉଁଥିରେ ସେ କହିଛନ୍ତି କି ଉତର ଖାତାରେ ୧୦୦ଟଙ୍କା ଲେଖାଏଁ ରଖିବ ଏବଂ ପରୀକ୍ଷା ସମୟରେ ପରସ୍ପର ସହିତ କଥା ମଧ୍ୟ ହୋଇପାରିବ, ହେଲେ କେହି କାହାକୁ ଛୁଇଁବ ନାହିଁ କି ଭୟଭୀତ ହେବ ନାହିଁ । ସରକାରୀ ସ୍କୁଲ ଶିକ୍ଷକ ମାନେ ମୋର ସାଙ୍ଗ, ଯଦି କପି କରୁଥିବାବେଳେ ଧରାପଡିଲା ତାହାଲେ ମଧ୍ୟ ଭୟଭୀତ ହେବ ନାହିଁ । ଉତର ଖାତାରେ ୧୦୦ଟଙ୍କା ରଖିଲେ ସେମାନେ ତୁମ ମାନଙ୍କୁ ଫେଲ୍ କରିବେ ନାହିଁ । ତେବେ ଏହି ଭିଡିଓକୁ ଯେଉଁ ଛାତ୍ର ରେକର୍ଡିଂ କରିଥିଲେ ସେ ଏହାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଅଭିଯୋଗ ପ୍ରକୋଷ୍ଠକୁ ପଠାଇଦେଇଛନ୍ତି । ଏହା ପରେ ପ୍ରବୀଣଙ୍କୁ ଗିରଫ କରାଯିବା ସହ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ମଧ୍ୟ ହୋଇଛି ।

LEAVE A REPLY

Please enter your comment!
Please enter your name here