ଆଜି ଉପସ୍ଥାପନ ହେବ ଯୋଗୀ ସରକାରଙ୍କ ଚତୁର୍ଥ ବଜେଟ୍

0
177
abc
abc

ୟୁପି(ଆଚିଭରର୍ସ ନ୍ୟିୁଜ୍‌):ଉତରପ୍ରଦେଶର ଅର୍ଥମନ୍ତ୍ରୀ ସରେଶ କୁମାର ଖାନ୍ନା ଆଜି ବିଧାନସଭାରେ ଯୋଗୀ ସରକାରଙ୍କ ଚତୁର୍ଥ ବଜେଟ୍ ଉପସ୍ଥାପନ କରାଯିବ । ଏହି ବଜେଟ୍ ୫.୧୨କୋଟି ଟଙ୍କା ରହିପାରେ ବୋଲି ସୂଚନା ମିଳିଛି । ଚଳିତ ବର୍ଷର ଆର୍ଥିକ ବର୍ଷରେ ବଜେଟ୍ ୪.୭୯କୋଟି ଟଙ୍କା ଅଛି । ଯାହାକି ଅନୁପୂରକ ସହିତ ବଢ଼ି ୪.୯୭କୋଟି କରାଯାଇଛି । ଉତରପ୍ରଦେଶର ବଜେଟ୍‌ରେ ସବୁ ଧର୍ମର ପରିତ୍ୟକ୍ତ ମହିଳାଙ୍କ ପାଇଁ ଭତା ବ୍ୟବସ୍ଥା କରାଯିବାର ଅନୁମାନ କରାଯାଉଛି । ରାଜ୍ୟ ସରକାର ଏଥିପାଇଁ ବଜେଟ୍‌ରେ ୫୦୦ କୋଟି ଟଙ୍କାରୁ ଅଧିକ ଧନ ରାଶି ପ୍ରସ୍ତୁତ କରାଯାଇଛି । ତେବେ ତିନି ତଲାକ୍ ପୀଡିତାଙ୍କୁ ମାସିକ ୫୦୦ଟଙ୍କା ଅର୍ଥାତ ବର୍ଷକୁ ୬୦୦୦ ହଜାର ଟଙ୍କା ଭତା ଦେବାକୁ ଯୋଜନା ପ୍ରସ୍ତୁତ କରିଛି । ଯୋଗୀ ସରକାରଙ୍କର ଚତୁର୍ଥ ବଜେଟ୍‌ରେ ଯୁବ ଓ ଚାକିରୀକୁ ଗୁରୁତ୍ୱ ଦିଆଯିବ । ଆର୍ଥିକ ବର୍ଷ ୨୦୨୦-୨୧ରେ ଉତର ପ୍ରଦେଶରେ ହାଇସ୍କୁଲ, ଇଂଟରମିଡିଏଟ୍ ଓ ଗ୍ରାଜୁଏଟ୍ ପଢ଼ୁଥିବା ଯୁବଗୋଷ୍ଠୀ ପାଇଁ ଇଂଟରନଶିପ୍ ବ୍ୟବସ୍ଥା ହେବ । ୬ମାସରୁ ବଷଁ ଶେଷ ଯାଏଁ ୨୫୦୦ଟଙ୍କା ମାସିକ ଏବଂ ଏହା ପରେ ପ୍ଲେସମେଂଟ ଦିଆଯିବାର ଯୋଜନା ରହିଛି । ରାଜ୍ୟ ସରକାର ଏହି ବଜେଟ୍‌ରେ ମହିଳାଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦେବେ ବୋଲି ଜଣାପଡିଛି । ଏଥିପାଇଁ ଗତବର୍ଷ ତୁଳନାରେ ୪୦ପ୍ରତିଶତ ଅଧିକ ରାଶି ବ୍ୟୟବରାଦ କରିବେ ।

LEAVE A REPLY

Please enter your comment!
Please enter your name here