ବଲିଉଡର କେଉଁ ମୁଭିକୁ ଟ୍ରମ୍ପ କଲେ ପ୍ରଶଂସା, ଜାଣନ୍ତୁ…

0
363
BBM
BBM

ଆଚିଭରର୍ସ ନ୍ୟୁଜ୍‌: କାଲି ଭାରତ ଆସୁଛନ୍ତି ଟ୍ରମ୍ପ ଦମ୍ପତି । ଦୁଇ ଦିନିଆ ଗସ୍ତରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁୁଇଦିନ ପାଇଁ ଆସୁଥିବାବେଳେ ଗୁଜୁରାଟ ମୋଟେରା ଷ୍ଟାଡିୟମରେ ଏକ ବିରାଟ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଭାରତ ଗସ୍ତ ପୂର୍ବରୁ ଭାରତୀୟ ସିନେମାକୁ ପ୍ରଶଂସା କରିଛନ୍ତି ଟ୍ରମ୍ପ । ଶୁଭ ମଙ୍ଗଲମ୍ ଜ୍ୟାଦା ସାବଧାନକୁ ପ୍ରଶଂସା କରି ନିଜ ଟ୍ୱିିିିଟର ସାଇଡ୍‌ରେ ଟ୍ରମ୍ପ ଅପଲୋଡ କରିଛନ୍ତି । ଏହାକୁ ରିଟ୍ୱିଟ୍ କରିଛନ୍ତି ଜଣେ ବ୍ରିଟିଶ୍ ସମାଜସେବୀ । ସୂଚନାନୂସାରେ ୨୦୧୭ରେ ସିନେମା ଶୁଭମଙ୍ଗଲମ୍ ସାବଧାନ ରିଲିଜ୍ ହୋଇଥିଲା । ଆଉ ସେହି ଫିଲ୍ମର ସିକ୍ୱେଲ ଭାବେ ନିର୍ମାଣ ହୋଇଛି ଶୁଭ ମଙ୍ଗଲମ୍ ଜ୍ୟାଦା ସାବଧାନ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଆୟୁଷ୍ମାନ ଖୁରାନା ନଜର ଆସିଛନ୍ତି । ସମଲିଙ୍ଗୀ ସମ୍ପର୍କରେ ଉପରେ ଆଧାରିତ ଏହି ରୋମାନଟିକ୍ କମେଡି ଫିଲ୍ମ ରିଲିଜ୍ ହେବା ପରେ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here