ଟ୍ରମ୍ପଙ୍କର ଅଜବ ଫ୍ୟାନ୍‌, ପୂଜା କରିବା ସହ କରୁଛନ୍ତି ଉପବାସ

0
432
BBM
BBM

ଆଚିଭରର୍ସ ନ୍ୟୁଜ୍ : ଆସନ୍ତା ୨୪ ତାରିଖରେ ଭାରତ ଆସୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ । ଏନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ତେବେ ଏସବୁ ଭିତରେ ଟ୍ରମ୍ପଙ୍କର ଜଣେ ଅଜବ ଫ୍ୟାନ୍ ସମସ୍ତଙ୍କ ନଜରକୁ ଆସିଛନ୍ତି । ସେହେଲେ ତେଲେଙ୍ଗାନା କୋନେ ଗାଁର କ୍ରିଷ୍ଣା ବୁସା । ସେ ଟ୍ରମ୍ପଙ୍କର ପ୍ରତିମୂର୍ତୀ ନିର୍ମାଣ କରିବା ସହ ତାଙ୍କୁ ଭଗବାନ ଭାବରେ ପୂଜା କରୁଥିବା ଦେଖିବାକୁ ମିଳିଛି । କ୍ରିଷ୍ଣା ଟ୍ରମ୍ପ ଭାରତ ଆସୁଥିବାବେଳେ ତାଙ୍କୁ ଭେଟିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି । ଏମିତି ମଧ୍ୟ ଶୁକ୍ରବାର ଦିନ ଟ୍ରମ୍ପଙ୍କ ପାଇଁ ମାନସିକ ରି ଉପବାସ କରିବା ସହ ଯୁଆଡେ କାମରେ ଗଲେ ଟ୍ରମ୍ପଙ୍କ ଫଟୋକୁ ଦର୍ଶନ କରି ଯାଉଥିବା ଜଣାପଡିଛି । ତେବେ ସେ ଯେଉଁ ଟ୍ରମ୍ପଙ୍କର ପ୍ରତିମୂର୍ତୀ ନିର୍ମାଣ ପାଇଁ ଏକ ମାସ ସମୟ ଲାଗିବା ସହ ୧୫ଜଣ କାରିଗର ଏଥିପାଇଁ ନିୟୋଜିତ ହୋଇଥିବା କ୍ରିଷ୍ଣା କହିଛନ୍ତି । ଗାଁରେ ତାଙ୍କ ଘରକୁ ଟ୍ରମ୍ପଙ୍କ ହାଉସ୍ ନାଁରେ ମଧ୍ୟ ଜଣାଯାଏ ବୋଲି କ୍ରିଷ୍ଣାଙ୍କ ବନ୍ଧୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here