ଟ୍ରେନରେ ମିଳିବ ଭକ୍ତି ପୁର୍ଣ୍ଣ ପରିବେଶ

0
340
abc
abc

ଏବେ ଟ୍ରେନରେ ମିଳିବ ଭକ୍ତି ପୁର୍ଣ୍ଣ ପରିବେଶ । କଥା ଟା ଆଶ୍ଚର୍ଯ୍ୟ ଲାଗୁଛି ନା? ହଁ ଆଜ୍ଞ କଥାଟି ପୂରା ସତ । କାଶୀ-ମହାକାଳ ଏକ୍ସପ୍ରେସରେ ବଗି ନମ୍ବର ବି-୫ର ସିଟ୍ ନମ୍ବର ୬୪ ଟି ମହାକାଳ(ଶିବ)ଙ୍କ ପାଇଁ ସର୍ବଦା ସଂରକ୍ଷିତ ହୋଇଛି । ଟ୍ରେନର ଏହି ସିଟ୍‌ରେ ଛୋଟ ମନ୍ଦିର ଭଳି ଚିତ୍ର ମଧ୍ୟ ରହିଛି । ଗତକାଲି ଏହି ଆଧ୍ୟାତ୍ମିକ ଟ୍ରେନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ହିଁ ଉଦଘାଟନ କରିଥିଲେ । ସୂଚନାନୂସାରେ ମହାକାଳ ଏକ୍ସପ୍ରେସରେ ଧାର୍ମିକ ଭାବନା ଜାଗ୍ରତ କରିବା ପାଇଁ ଏକାଧିକ ବ୍ୟବସ୍ଥା କରାଯାଇଛି । ଏଥିରେ ଯାଉଥିବା ଲୋକଙ୍କ ମନୋରଞ୍ଜନ ପାଇଁ ଟ୍ରେନରେ ଭଜନ ଓ କୀର୍ତନର ବ୍ୟବସ୍ଥା କରାଯାଇଛି । ଏସବୁ ପାଇଁ ଏକ ସ୍ୱତନ୍ତ୍ର ମଣ୍ଡଳୀକୁ ପଠାଯିବ ପରେ ଏହାକୁ ଏକ କ୍ୟାସେଟ୍ କରି ପ୍ରକ୍ରିୟା ଜାରୀ ରହିବ ବୋଲି ସୂଚନା ମିଳିଛି । ଫେବୃଆରୀ ୨୦ରୁ ବାରଣାସୀରୁ ଇନ୍ଦୋର ମଧ୍ୟରେ ଯାତାୟତ କରିବାକୁ ଥିବା କାଶୀ-ମହାକାଳ ଏକ୍ସପ୍ରେସରେ ଅଲଗା ଅଲଗା ୮ଟି ତୀର୍ଥସ୍ଥଳୀ ପାଇଁ ସ୍ୱତନ୍ତ୍ର ପ୍ୟକାଜେ୍ ବ୍ୟବସ୍ଥା ରହିବ । ଆଇଆରଟିସି ମଧ୍ୟ ବାରଣାସୀ, ଅଯୋଧ୍ୟା, ପ୍ରୟୋଗରାଜ, ଇନ୍ଦୋର, ଉଜ୍ଜୟନୀ ଓ ଭୋପାଳରେ ଥିବା ଧାର୍ମିକ ଓ ପର୍ଯ୍ୟଟନ ସ୍ଥାନ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ବ୍ୟବସ୍ଥା କରିବାକୁ ପ୍ରସ୍ତୁତି ଚଳାଇଛି । ତେବେ ଉକ୍ତ ସିଟ୍‌କୁ ଏକ ଛୋଟ ମନ୍ଦିର ଭାବେ ଗଠନ କରାଯାଇଛି ଏବଂ ଭଗବାନ ଶିବଙ୍କ ପାଇଁ ଏହା ସର୍ବଦା ରିଜର୍ଭ ରହିବ ବୋଲି ରେଳବାଇ ମୁଖ୍ୟପାତ୍ର ସୂଚନା ଦେଇଛନ୍ତି । ତେବେ ପ୍ରଥମ ଥର ପାଇଁ ଭଗବାନ ନାଁରେ କୌଣସୀ ସିଟ୍ ରିଜର୍ଭ ହୋଇଥିବା ଏହା ପ୍ରଥମ ଘଟଣା ।

LEAVE A REPLY

Please enter your comment!
Please enter your name here