ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ କଡାକଡି

0
324
bbm
bbm

ଆଚିଭରର୍ସ ନ୍ୟୁଜ୍‌: ଟ୍ରାଫିକ୍ ନିୟମ କୋହଳ ହେବାର ପୁରିଛି ୬ମାସ । ମାର୍ଚ୍ଚ ୧ତାରିଖରୁ ନିୟମ ଜରିମାନା ଆଦାୟ କରାଯିବ । ରାଜ୍ୟରେ ସଡ଼କ ଦୁର୍ଘଟଣା ୫୦ ପ୍ରତିଶତ କୁ କମାଇବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଅଧିକାଂଶ ଲୋକ ନିଜର କାଗଜପତ୍ର ଠିକ୍ କରିସାରିଲେଣି । ସେପଟେ ଆରଟିଓ ଅଫିସ୍‌ରେ ମଧ୍ୟ ଆଉ ଭିଡ ନଥିବା ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ସୂଚନାନୂସାରେ ସେପ୍ଟେମ୍ବର ପହିଲାରୁ ଦେଶବ୍ୟାପି ନୂଆମୋଟର ଯାନ ଆଇନ୍ ଲାଗୁ ହୋଇଥିଲା । ନୂଆ ଆଇନ୍ ଲାଗୁ ହେବା ପରେ ଚଢ଼ାଉ ଜୋରଦାର କରାଯାଇଥିଲା । ତେବେ ଗାଡି ଚାଳକଙ୍କ ଗାଡି କାଗଜପତ୍ର ଠିକ୍ ନଥିବାରୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଥିଲା । ଫଳରେ ଏହି ନିୟମକୁ ୩ମାସ ପର୍ଯ୍ୟନ୍ତ କୋହଳ କରାଯାଇଥିଲା । ପୁର୍ନବାର ଆଉ ଦୁଇମାସ ଯାଏଁ ମଧ୍ୟ କୋହଳ କରାଯାଇଥିଲା । ତେବେ ନୂଆ ମୋଟର ଯାନ ଆଇନ୍ ଅନୁସାରେ ୧୦ଟି ଦିଗକୁ ଗୁରୁତ୍ୱ ଦିଆଯାଇଛି । ଦ୍ରୁତ ଗତିରେ ଗାଡି ଚଳାଇବା, ଟ୍ରାଫିକ୍ ସିଗ୍ନାଲ ନମାନିବା, ମଦ ପିଇ ଗାଡି ଚଳାଇବା, ରଙ୍ଗରୁଟ୍‌ରେ ଗାଡି ଚଳାଇବା, ଗାଡି ଚଳାଇବା ବେଳେ ମୋବାଇଲରେ କଥା ହେବା ଭଳି ଅବମାନନାକୁ ବିଲକୁଲ୍ ମାଫ୍ କରାଯିବ ନାହିଁ ଏବଂ ମୋଟା ଅଙ୍କର ଫାଇନ୍ ଆଦାୟ କରାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here