ଆଇନ୍ ଆଳରେ ରାଜ୍ୟରେ ଚାଲିଛି ଜୁଲମ:କଂଗ୍ରେସ

0
287
bbm
bbm

ଆଚିଭରର୍ସ ନ୍ୟୁଜ୍‌: ସାରା ରାଜ୍ୟରେ ଜାରି ରହିଛି ଟ୍ରାଫିକ୍ ନିୟମ । ନୂଆ ମୋଟର ଯାନ ଆଇନ୍ କଡାକଡି ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦେଖାଯାଉଛି । ତେବେ ଏହି ନିୟମର ମୂଳ ଲକ୍ଷ୍ୟ ସୁରକ୍ଷା, ସଚେତନତା ନା ରାଜସ୍ୱ ବୃଦ୍ଧି କରିବା ବୋଲି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ । ଆଇନ୍ ଆଳରେ ଏଠି ଜୁଲମ ଚାଲିଛି । ରାଜ୍ୟରେ ହିଟଲର୍‌ୀ ଶାସନକୁ ବିରୋଧ କରାଯାଉ । ଏହି ଆଇନ୍ ଆଳରେ କେମିତି ଜୁଲମ କରାଯାଉଛି ସେନେଇ ଆସନ୍ତକାଲି ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିବୁ ପରେ କିଛି ସୁଫଳ ନମିଳିଲେ ରାଜ୍ୟପାଳଙ୍କୁ ଭେଟି ଏନେଇ ଆଲୋଚନା କରିବୁ । ପରେ ଏନେଇ କିଛି ଠୋସ୍ ପଦକ୍ଷେପ ନନେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବୁ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାରଥୀ କହିଛନ୍ତି । ସୂଚନାନୂସାରେ ମାର୍ଚ୍ଚ୧ରୁ ନୂଆ ମୋଟର ଯାନ ଆଇନ୍ କୁ କଡାକଡି ଭାବେ ସାରା ରାଜ୍ୟରେ ଲାଗୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here