ବସ୍‌କୁ ୬ଲକ୍ଷ ୭୨ହଜାର ୪୪୫ଟଙ୍କା ଫାଇନ୍‌…

0
372
bbm
bbm

ଆଚିଭରର୍ସ ନ୍ୟୁଜ୍‌:ରାଜ୍ୟରେ କଡାକଡି କରାଯାଇଛି ଟ୍ରଫିକ୍ ନିୟମ । ଟ୍ରାଫିକ୍ ନିୟମ ଭାଙ୍ଗିଥିବା ଏକ ଯାତ୍ରୀବାହି ବସ୍ ୬ଲକ୍ଷ ୭୨ହଜାର ୪୪୫ଟଙ୍କା ତଣ୍ଡ ଗଣିଛି । ଆଜି ବୌଦ୍ଧ ଜିଲ୍ଲାରେ ଆରଟିଓ ଧରପଗଡ କରୁଥିବାବେଳେ ଏକ ଯାତ୍ରୀବାହି ବସରୁ ମୋଟା ଅଙ୍କର ଜରିମାନା ଆଦାୟ କରିବା ସହ ଗାଡିକୁ ଜବତ କରାଯାଇଛି । ସୂଚନାନୂସାରେ ‘ମିନାର’ ନାମକ ଏକ ଘରୋଇ ବସ୍ ଭୁବନେଶ୍ୱରରୁ ବୌଦ୍ଧ ଯାଉଥିବାବେଳେ ଆରଟିଓଙ୍କ ହାବୁଡରେ ପଡିଥିଲା । କାଗଜ ପତ୍ର ଯାଂଚପରେ ୬ଲକ୍ଷ ୭୨ହଜାର ୪୪୫ଟଙ୍କା ଫାଇନ୍ ଲାଗିଥିଲା । ଗାଡିରେ ପରମିଟ୍ ନଥାଇ ଗାଡି ଚାଲୁଥିବାରୁ ୧୦ହଜାରଟଙ୍କା, ବିନା ରେଜିଷ୍ଟେସନରେ ଗାଡି ଚଳାଚଳ ପାଇଁ ୫ହଜାର, ବୀମା ନଥିବାରୁ ୨ହଜାର, ସାଧାରଣ ଅପରାଧ ପାଇଁ ୫୦୦ଟଙ୍କା ଓ ଓଡ଼ିଶା ଭେଇକିଲ୍ ବକେୟା ଟିକସ ୬ଲକ୍ଷ ୫୪ହଜାର, ୯୪୫ଟଙ୍କା ରହିଛି । ତେବେ ଏହି ବସଟିର ମାଲିକ ଭୁବନେଶ୍ୱରର ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here