ଗୋଟିଏ ଦିନରେ କୋଟିଏ ତଣ୍ଡ…

0
233
bbm
bbm

ଆଚିଭରର୍ସ ନ୍ୟୁଜ୍‌: ରାଜ୍ୟରେ ଚାଲିଛି ଜୋରଦାର ଫାଇନ୍ ଆଦାୟ । ଆଜି ଗୋଟିଏ ଦିନରେ ୩ହଜାର ୮୭୦ଜଣଙ୍କ ପାଖରୁ ୧କୋଟି ୬ଲକ୍ଷ ଟଙ୍କା ଆଦାୟ ହୋଇସାରିଲାଣି । ଗୋଟିଏ ଗାଡିରେ ୩ଜଣ ବସିଥିବାରୁ ୧୨୬ଜଣ ଧରାପଡିଛନ୍ତି । ମୋବାଇଲ୍ ବ୍ୟବହାର କରି ଗାଡି ଚଲାଉଥିବା ଅଭିଯୋଗରେ ୪୮ଜଣଙ୍କ ଠାରୁ ଫାଇନ୍ ଆଦାୟ କରାଯାଇଛି । ସେହିପରି ରାସ୍ତାର ବିପରୀତ ଦିଗରେ ଗାଡି ଚଳାଇଥିବାରୁ ୧୦ଜଣ ତଣ୍ଡ ଗଣିଛନ୍ତି । ମଦ୍ୟପାନ ଏବଂ ବିନା ହେଲମେଟ୍‌ରେ ୧୮୫୫ଜଣଙ୍କ ପାଖରୁ ମୋଟା ଅଙ୍କର ଫାଇନ୍ ଆଦାୟ କରାଯାଇଛି । ରା୍‌ଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ୍ ଓ ଆରଟିଓଙ୍କ ମାଧ୍ୟମରେ ଗୋଟିଏ ଦିନରେ ୧କୋଟି ୬ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

LEAVE A REPLY

Please enter your comment!
Please enter your name here