୨୦୧୯ରେ ଓଡ଼ିଶାରେ ୧୨ଲକ୍ଷ ଥର ବଜ୍ରପାତ

0
272
ABC
ABC

୨୦୧୯ରେ ଓଡ଼ିଶାରେ ସର୍ବାଧିକ ବଜ୍ରପାତ ହୋଇଛି ।ଗତବର୍ଷ ରାଜ୍ୟରେ ପ୍ରାୟ ୧୨ଲକ୍ଷ ଥର ବଜ୍ରପାତ ହୋଇଥିବା ଏସଆରସି କମିଶନର ସୂଚନା ଦେଇଛନ୍ତି । ଭୁବନେଶ୍ୱର ନ୍ୟାସନାଲ ଡିଜାଷ୍ଟାର ମିଟିଗେସନ୍ ଅଥରିଟି ପକ୍ଷରୁ ଆୟୋଜିତ ଦୁଇ ଦିନିଆ କର୍ମଶାଳାରେ ଯୋଗ ଦେଇ ପ୍ରାକୃତିକ ବିପର୍ଯ୍ୟୟ ସର୍ମ୍ପକରେ ସୂଚନା ଦେଇଛନ୍ତି । ବର୍ତମାନ ସମୟରେ ବଜ୍ରପାତ ଅନ୍ୟତମ ବିପର୍ଯ୍ୟୟ ବୋଲି କର୍ମଶାଳାରେ ଆଲୋଚନା କରାଯିବା ସହ ସହରାଂଚଳରେ ହେଉଥିବା କୁତ୍ରିମ ବନ୍ୟା,ସମୁଦ୍ର ପତନ ବୃଦ୍ଧି ପ୍ରଭୃତିରୁ କିପରି ଧନଜୀବନ ରକ୍ଷା କରାଯାଇ ପାରିବ ସେନେଇ ଆଲୋକପାତ କରାଯାଇଥିଲା । ଏହି କର୍ମଶାଳାରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର, ଛତିଶଗଡ ଓ ଆନ୍ଧ୍ରପ୍ରଦେଶର ଅଧିକାରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓସଡମାର ପୂର୍ବତନ ଏମଡି ଅରବିନ୍ଦ ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here