କପିଲ୍ ଶର୍ମା ଶୋରେ ରାମ,ସୀତା ଲକ୍ଷ୍ମଣ…

0
152
BBM
BBM

ଆଚିଭରର୍ସ ନ୍ୟୁଜ୍‌: କପିଲ ଶର୍ମାଙ୍କ ଶୋରେ ସବୁବେଳେ ସେଲିବ୍ରେଟି ମାନଙ୍କର ଭିଡ ଦେଖିବାକୁ ମିଳିଥାଏ । ନିଜ ଫିଲ୍ମର ପ୍ରମୋସନ ପାଇଁ ହେଉ ଅବା କିଛି କାରଣକୁ ନେଇ ଚର୍ଚ୍ଚାରେ ଥିବା ଷ୍ଟାର ମାନଙ୍କୁ ଏଠାରେ ଦେଖାଯାଇଥାଏ । ଏଥର ମଧ୍ୟ କିଛି ଅତିଥି ଆସୁଛନ୍ତି । ହେଲେ ସବୁଥର ଅପେକ୍ଷା ଏଥର କିନ୍ତୁ ଟିକେ ଖାସ୍ ଅଛି । କାରଣ ଏଥର ଏପିସୋଡରେ ୯୦ଦଶକର ସ୍ମୃତିକୁ ତାଜା କରାଯିବ । ସୂଚନାନୂସାରେ ରାମାନନ୍ଦ ସାଗରଙ୍କ ନିର୍ମିତ ଚର୍ଚ୍ଚିତ ସିରିୟଲ ରାମାୟଣ କଳାକାର ମାନେ ଏଥର କପିଲ ଶର୍ମାଙ୍କ ଶୋରେ ଦେଖିବାକୁ ମିଳିବେ । ସେସମୟରେ ‘ରାମାୟଣ’ ସୁପରହିଟ୍ ହୋଇଥିଲା । ଆବାଳବୃଦ୍ଧ ବନିତା ଏହାକୁ ଦେଖିବା ପାଇଁ ଏକ ପ୍ରକାର ପାଗଳ ହୋଇଥିଲେ । ସେହିସମୟରେ ରାମ ସୀତାଙ୍କ ପ୍ରକୃତ ଭଗବାନ ବୋଲି ମଧ୍ୟ ଲୋକମାନେ ମାନିନେଇଥିଲେ । ତେବେ କପିଲ ଶର୍ମା ସୋରେ ଅରୁଣ ଗୋବିଲ୍‌, ଦୀପିକା ଚିଖଲିୟା ଓ ସୁନୀଲ ଲହରି ଆସି ପହଁଚିଛନ୍ତି । ସେସମୟର କିଛି ସ୍ମୃତିକୁ ଶେୟାର କରିବେ । କମେଡିରେ ଭରପୁର ରହିବ ଏହି ଏପିସୋଡ ଟି । ପ୍ରାୟ ୩୩ବର୍ଷ ପରେ କଳାକାରଙ୍କୁ ପରଦାରେ ଏକାଠି ଦେଖିବାକୁ ପାଇବେ ଦର୍ଶକ । ଏହି ଏପିସୋଡଟି ମାର୍ଚ୍ଚ ୭ରେ ପ୍ରସାରଣ କରାଯିବ ।

LEAVE A REPLY

Please enter your comment!
Please enter your name here