ଆରପାରିରେ ତାପସ

0
181
abc
abc

ମୁମ୍ବାଇ(ଆଚିଭରର୍ସ ନ୍ୟିୁଜ୍‌): ପରଲୋକରେ ବରିଷ୍ଠ ବଙ୍ଗାଳୀ ଅଭିନେତା ତଥା ତୃଣମୂଳ କଂଗ୍ରେସର ପୂର୍ବତନ ସାସଂଦ ତାପସ୍ ପାଲ । ମୁମ୍ବାଇର ଏକ ଡାକ୍ତରଖାନାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ବର୍ଷ ହୋଇଥିଲା । ମୁମ୍ବାଇରେ ରହୁଥିବା ତାଙ୍କ ଝିଅ ପାଖକୁ ଯାଇଥିଲେ ସେଠାରେ ଫେରିବା ସମୟରେ ମୁମ୍ବାଇ ବିମାନବନ୍ଦରରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ତାଙ୍କୁ ଜୁହୁ ସ୍ଥିତ ଏକ ହସ୍ପିଟାଲରେ ଭର୍ତୀ କରାଯାଇଥିବାବେଳେ ଆଜି ଭୋର ୪ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାପସ ୨ଥର ଲୋକସଭା ସାସଂଦ ହେବା ସହ ବିଧାୟକ ମଧ୍ୟ ଥିଲେ । ଜଣେ ରୋମାନଟିକ୍ ହିରୋ ଭାବେ ବଙ୍ଗାଳୀ ଫିଲ୍ମରେ ବେଶ ପ୍ରସିଦ୍ଧି ଲାଭ କରିବା ସହ କିଛି ହିନ୍ଦୀ ଏବଂ ଓଡ଼ିଆ ଫିଲ୍ମ ମଧ୍ୟ କରିଛନ୍ତି । ୨୦୧୬ରେ ରୋଜଭ୍ୟାଲି ଚିଟ୍ ଫଣ୍ଡ ଦୁର୍ନୀତିରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ୧୩ ମାସ ପରେ ତାଙ୍କୁ ଜାମିନ୍ ମିଳିଥିଲା ପରେ ସେ ରାଜନୀତି ଓ ଫିଲ୍ମ ଦୁନିଆରୁ ଦୁରେଇ ଯାଇଥିଲେ ।
ଆରପାରିରେ ତାପସ

LEAVE A REPLY

Please enter your comment!
Please enter your name here