ଚଳିତ ବର୍ଷ ତାତି କାଟିବ ରେକର୍ଡ

0
361
bbm
bbm

ଆଚିଭରର୍ସ ନ୍ୟୁଜ୍‌: ପୁଣି ଫେରିବ ଶୀତ । ରାଜ୍ୟରେ ଆସନ୍ତା ୨ତାରିଖରୁ ରାଜ୍ୟର ୪ଟି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ସେହିଭଳି ଆସନ୍ତା ଦୁଇରୁ ୩ଦିନ ପର୍ଯ୍ୟନ୍ତ ରାତିରେ ତାପମାତ୍ରା ସ୍ୱଭାବିକ ଠାରୁ ୩ରୁ ୪ଡିଗ୍ରୀ କମିବ ବୋଲି ପୂର୍ବାନୂମାନ କରିଛି ପାଣିପାଗ ବିଭାଗ । ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଳ୍ପ ପରିମାଣର କୁହୁଡି ହେବ । ସେପଟେ ଏବର୍ଷ ତାତି ରେକର୍ଡ କାଟିବ ବୋଲି କେନ୍ଦ୍ର ଭୂ ବିଜ୍ଞାନ ମନ୍ତ୍ରଣାଳୟ ଓ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ପୂର୍ବ ବର୍ଷ ଅପେକ୍ଷା ମାର୍ଚ୍ଚ, ଏପ୍ରିଲ୍ ଓ ମେ ମାସରେ ଚଳିତ ବର୍ଷ ପାରା ବଢ଼ିବ ବୋଲି ଅନୁମାନ କରାଯାଉଛି । ହିଟ୍ ୱେଭ ଜୋନ୍‌ରେ ଆସୁଥିବା ରାଜ୍ୟ ଗୁଡିକ ହେଲା ଓଡ଼ିଶା, ରାଜସ୍ଥାନ, ଦିଲ୍ଲୀ, ହରିୟାଣା, ଛତିଶଗଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଗୁଜୁରାଟ ଓ ଗୋଆ ।

LEAVE A REPLY

Please enter your comment!
Please enter your name here