ଚର୍ଚ୍ଚାରେ ସୋନୀକ୍ଷୀଙ୍କ ବାଣୀ…

0
269
Bbm
Bbm

ଆଚିଭରର୍ସ ନ୍ୟୁଜ୍‌: ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଏବେ ଚର୍ଚ୍ଚାରେ । କାରଣ ସେ ଏମିତି କିଛି କହିଛନ୍ତି ଯାହା ସମସ୍ତଙ୍କ ମନକୁ ଟିକେ ଛୁଇଁଛି । ତାହାଲେ ଚାଲନ୍ତୁ ଜାଣିବା ସେ କଣ କହିଛନ୍ତି ।
ସୋନୋଷୀ ସିହ୍ନା ବଲିଉଡ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ଚେହେରା । ଦର୍ଶକେ ତାଙ୍କ ଅଭିନୟକୁ ବେଶ ପସନ୍ଦ କରିଥିବାବେଳେ ଦମଦାର ଡାଇଲଗ୍ ଡେଲିଭରି ଓ ଡ୍ୟାନ୍ସ ସମସ୍ତଙ୍କୁ ମତୁଆଲା କରିଥାଏ । ତେବେ ସୋନାକ୍ଷୀ ତାଙ୍କ କ୍ୟାରିୟରରେ ଏତେ ବି ସଫଳ ହୋଇନଥିବାବେଳେ କେବଳ ଦବଙ୍ଗ ସିରିଜ୍ ବ୍ୟତିତ କିଛ ବି ହିଟ୍ ଫିଲ୍ମ ନଥିବା ସମାନ । ଗତ ଦଶକରେ ସୋନାକ୍ଷୀ ଅଭିନୀତ ପ୍ରାୟ ୨୦ଟି ଫିଲ୍ମ କରିସାରିଥିବାବେଳେ ସଫଳତା କୁ ନେଇ ସେ ବ୍ୟସ୍ତ ହେଉନଥିବା ସେ କହିଛନ୍ତି । ଏଠାରେ ବନ୍ଧୁ ହୁଅନ୍ତି ଆଉ କାମ ସରିଲା ପରେ ଚାଲି ଯାଆନ୍ତି ହେଲେ ଲବି କରି କାମ କରିବା କଥା ମୁଁ କେବେ ଭାବି ନାହିଁ । କୌଣସୀ ପ୍ରଯୋଜକଙ୍କ ପାଖକୁ ଯାଇ କାମ ମାଗେ ନାହିଁ ବରଂ ମୁଁ ମୋ କାମ ଉପରେ ବିଶ୍ୱାସ ରଖିଛି । କାମ ମୋ ନିକଟକୁ ଆସିଥାଏ । ମୋ କାମ କୁ ନେଇ ମୁଁ ବହୁତ ଖୁସି ଅଛି ଏବଂ ମୋ କ୍ୟାରିୟର ପ୍ରତି ଫୋକସ୍ ମଧ୍ୟ କରୁଛି ବୋଲି ସୋନାକ୍ଷୀ ଏକ ସାକ୍ଷାତକାରରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here