ଶିଳ୍ପାଙ୍କ ଫ୍ୟାନ ମାନଙ୍କ ପାଇଁ ସରପ୍ରାଇଜ୍‌…

0
291
BBM
BBM

ଆଚିଭରର୍ସ ନ୍ୟୁଜ୍‌: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ପୁଣି ଥରେ ମାଆ ହୋଇଛନ୍ତି । ସରୋଗେସି ପ୍ରକ୍ରିୟାରେ ସେ ଏକ କନ୍ୟା ସନ୍ତାନର ଜନନୀ ହୋଇଥିବା ଜଣାପଡିଛି । ଏନେଇ ଶିଳ୍ପା ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କ ବେବି ଗାର୍ଲର କେବଳ ହାତ ହିଁ ଦେଖାଯାଉଛି ଏବଂ କ୍ୟାପସନରେ ଶିଳ୍ପା ଲେଖିଛନ୍ତି କି ଆମ ପ୍ରାର୍ଥନାର ଫଳ ମିଳିଛି । କୁନୀ ପରୀ ଆମ ଘରକୁ ଆସିଛି । ଝିଅର ନାଁ ସମୀଷା ଶେଟ୍ଟୀ କୁନ୍ଦ୍ରା ରଖିଛନ୍ତି । ସୂଚନାନୂସାରେ ଶିଳ୍ପା ଓ ରାଜକୁନ୍ଦ୍ରା ୨୦୦୯ରେ ହାତକୁ ଦୁଇ ହାତ ହୋଇଥିଲେ । ୨୦୧୨ରେ ସେମାନଙ୍କର କୋଳକୁ ଭିଆନ୍ ଆସିଥିଲା । ଆଉ ଏବେ ସରୋଗେସି ମାଧ୍ୟମରେ ପୁଣି ଜନନୀ ହୋଇଥିବା ଜଣାପଡିଛି । ବହୁ ଦିନର ବ୍ୟବଧାନ ପରେ ଶିଳ୍ପା ପୁଣି ପରଦାକୁ ଫେରୁଛନ୍ତି ।

LEAVE A REPLY

Please enter your comment!
Please enter your name here