ବିଗ୍ ବସ୍ ପରେ ଶେହେନାଜଙ୍କୁ ଭେଟିଲେ ସିଦ୍ଧାର୍ଥ

0
449
abc
abc

ମୁମ୍ବାଇ(ଆଚିଭରର୍ସ ନିୁ୍ୟଜ୍): ସରିଛି ବିଗ୍ ବସ୍ ୧୩ । ବିବି ଘରୁ ବାହାରିବା ପରେ ପ୍ରତିଯୋଗୀମାନେ ନିଜର ବ୍ୟକ୍ତି ଗତ କାମରେ ବ୍ୟସ୍ତ ହୋଇଛନ୍ତି । ହେଲେ ବିବି ର ଏଂଟରଟେନ୍‌ମେଂଟ କୁଇନ୍ ଶେହେନାଜ୍ ଓ ପାରସ୍ ଛାବ୍ରା ଏବେ କଲର୍ସରେ ଏକ ଶୋ କରୁଛନ୍ତି । ଏହି ଶୋର ନାଁ ରହିଛି ‘ମୁଝସେ ସାଦି କରୋଗେ’ । ଏହି ଶୋ ମାଧ୍ୟମରେ ପାରସ୍ ଏବଂ ଶେହେନାଜ୍ ପରସ୍ପରର ଜୀବନସାଥୀ ଖୋଜୁଛନ୍ତି । ତେବେ ଏହି ଶୋରେ ଶେହେନାଜ୍‌ଙ୍କ ପାଇଁ ରହିଛି ଏକ ବଡ ସରପ୍ରାଇଜ୍ । ବିଗବସ୍ ଅନ୍ୟ ସିଜିନ୍ ଅପେକ୍ଷା ଚଳିତ ସିଜିନ୍ ୧୩ ଟି ଅନେକ ଚର୍ଚ୍ଚା ସାଉଁଟିଥିଲା । କାରଣ ଥିଲା ଶେହେନାଜ୍ ଓ ସିଦ୍ଧାର୍ଥଙ୍କର ସର୍ମ୍ପକ । ଦର୍ଶକ ଏମାନଙ୍କର ଲଭ୍ ଷ୍ଟୋରୀକୁ ବେଶ୍ ପସନ୍ଦ କରିଥିଲେ । ତେବେ ଏଦୁହିଁଙ୍କ ନାଁକୁ ମିଶାଇ ‘ସିଡନାଜ୍‌’ ନାଁରେ ଏକ ହ୍ୟାସଟ୍ୟାଗ୍ ବହୁତ୍ ଟ୍ରେଣ୍ଡ କରିଥିଲା । ଏବେ ଶେହେନାଜ୍ ଓ ସିଦ୍ଧାର୍ଥ ପୁଣି ମିଶିବାକୁ ଯାଉଛନ୍ତି । ଶେହେନାଜ୍‌ଙ୍କର ଶୋରେ ସିଦ୍ଧାର୍ଥ ସାମିଲ ହୋଇଛି ।ଏ ନେଇ ଏକ ପ୍ରମୋ ଶେୟାର କରାଯାଇଛି । ଯେଉଁଥିରେ ପ୍ୟାର ଅନ୍ଧା ହୋଥାହେ କୁହାଯାଇ ଶେହେନାଜ୍ ଙ୍କ ଆଖିରେ ପଟି ବନ୍ଧା ଯାଇଛି । ସିଦ୍ଧାର୍ଥଙ୍କ ସହ ଅନ୍ୟ ପିଲା ମାନେ ମଧ୍ୟ ଲାଇନ୍‌ରେ ଛିଡା ହୋଇଛନ୍ତି । ତେବେ ଶେହେନାଜ୍ ସିଦ୍ଧାର୍ଥଙ୍କ ଚିହ୍ନିପାରି ଆଖିରୁ ପଟି ବାହାର କରି ଦେଖିଲା ପରେ ସତରେ ସିଦ୍ଧାର୍ଥ ହଁ ଥାଆନ୍ତି । ତାପରେ ସିଦ୍ଧାର୍ଥଙ୍କୁ ଆଲିଙ୍ଗନ୍ କରି କାନ୍ଦି ପକାଇଥିବା ମଧ୍ୟ ଦେଖାଯାଇଛି । ଅର୍ଥାତ ଶେହେନାଜ୍‌ଙ୍କ ଜୀବନସାଥୀ ଖୋଜିବାରେ ସିଦ୍ଧାର୍ଥ ସାହାର୍ଯ୍ୟ କରିବେ ବୋଲି ଜଣାପଡିଛି । ସିଦ୍ଧାର୍ଥଙ୍କ ବ୍ୟତିତ ରଶ୍ମିଦେଶାଇ ମଧ୍ୟ ଏହି ଶୋରେ ଏଂଟ୍ରି କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏଠାରେ ଜଣାଇଦେବାକୁ ଚାହୁଁଚୁ କି ଏହି ଶୋରେ ସତସତିକା ବାହାଘର ହେଉନାହିଁ । ଏହା କେବଳ ମନୋରଞ୍ଜନ ପାଇଁ କରାଯାଉଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here