ଶାହୀନ୍‌ ବାଗ୍‌ ଆନନ୍ଦୋଳନକାରୀଙ୍କୁ ଭେଟିବାକୁ କେନ୍ଦ୍ର ରାଜି

0
255

କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଶାହୀନ୍‌ ବାଗ୍‌ ଆନନ୍ଦୋଳନକାରୀଙ୍କୁ ଭେଟିବାକୁ କେନ୍ଦ୍ର ସରକାର ରାଜି ଅଛନ୍ତି। ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ନେଇ ଏହି ଆନ୍ଦୋଳନକାରୀଙ୍କ ମନରେ ରହିଥିବା ସନ୍ଦେହ ଦୂର କରିବାକୁ କେନ୍ଦ୍ର ରାଜି ଥିବା ସେ କହିଛନ୍ତି। ତେବେ ଏହା ସଂଗଠିତ ଭାବେ ହେବା ଉଚିତ ବୋଲି ସେ କହିଛନ୍ତି। ଆଜି ମନ୍ତ୍ରୀ ଶ୍ରୀ ପ୍ରସାଦ ଟ୍ୱିଟ୍‌ କରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଶାହୀନ ବାଗ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ସେ ଏକ ଟିଭି ବିତର୍କର ଲିଙ୍କ ମଧ୍ୟ ଶେୟାର କରିଛନ୍ତି। ଏଥିରେ ଜଣେ ବ୍ୟକ୍ତି କେନ୍ଦ୍ରମନ୍ତ୍ରୀଙ୍କୁ ପଚାରିଥିଲେ ସରକାର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କାହିଁକି କରୁନାହାନ୍ତି। ଏହାର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଥିଲେ, ଯଦି ତୁମେ ଚାହୁଁଛ ସରକାରଙ୍କ ପ୍ରତିନିଧି ଆଲୋଚନା କରନ୍ତୁ, ତାହାଲେ ଶାହୀନ ବାଗ୍‌ରୁ ବିଧିଦ୍ଧ ଭାବେ ଅନୁରୋଧ ଆସିବା ଦରକାର।

LEAVE A REPLY

Please enter your comment!
Please enter your name here