ସଫଳ ସନ୍ନି…

0
298
bbm
bbm

ଆଚିଭରର୍ସ ନ୍ୟୁଜ୍‌: ଧୁମ୍ ଧାମରେ ସରିଛି ଇଣ୍ଡିଆନ୍ ଆଇଡଲ୍‌-୧୧ ର ଫିନାଲେ । ସଙ୍ଗୀତର ଏହି ମହା ସଂଗ୍ରାମ କାର୍ଯ୍ୟକ୍ରମରେ ସୂରର ମହାରଥୀଙ୍କ ମଧ୍ୟରେ ହୋଇଥିଲା କଡା ମୁକାବିଲା । ଆଉ ଏଥିରେ ବାଜି ମାରି ନେଇଛନ୍ତି ସନ୍ନି ହିନ୍ଦୁସ୍ଥାନୀ । ସନ୍ନିଙ୍କୁ ଇଣ୍ଡିଆନ୍ ଆଇଡଲର ଟ୍ରଫି ସହ ୨୫ଲକ୍ଷ ଟଙ୍କା ମିଳିଛି । ଏହା ସହ ଭୂଷଣ କୁମାରଙ୍କ ଟି-ସରିଜିର ଆସନ୍ତା ଫିଲ୍ମରେ ଗୀତ ଗାଇବା ପାଇଁ ମଧ୍ୟ କଂଟ୍ରାକ୍ଟ ମିଳିଛି । ସନ୍ନି ଭଟିଣ୍ଡାର ଏକ ଆର୍ଥିକ ଅନଟନରେ ବଢ଼ିଥିବା ପିଲା । ସନ୍ନି ପୂର୍ବରୁ ଜୋତା ପଲିସ୍ କରୁଥିଲେ । ତାଙ୍କ ମାଆ ବେଲୁନ୍ ବିକ୍ରି କରି ଗୁଜୁରାଣ ମେଂଟାନ୍ତି । ପାଖ ପଡିଶାଙ୍କ ଘରୁ ଚାଉଳ ମାଗି ଖାଦ୍ୟ ତିଆରି କରୁଥିବା ସନ୍ନି ସୋରେ କହିଥିଲେ । ଏହି ଟାଇଟଲ୍ ଜିତିବାପରେ ସନ୍ନୀ ନିଜ ପରିବାରର ଦୁଃଖ ଦୂର କରିବାରେ ସଫଳ ହୋଇଛନ୍ତି ବୋଲି ପ୍ରତିକ୍ରିୟାରେ କହିଛନ୍ତି । ସନ୍ନିଙ୍କ ପରେ ଦ୍ୱିତୀୟରେ ଅଛନ୍ତି ମହାରାଷ୍ଟ୍ରର ରୋହିତ୍ ଏବଂ ତୃତୀୟରେ ଅଙ୍କୋନା ମୁଖାର୍ଜୀ ରନର୍ସଅପ୍ ହୋଇଛନ୍ତି । ଏହି ଫିନାଲେରେ ପ୍ରତିଯୋଗୀମାନଙ୍କର ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here