ନବୀନଙ୍କ ରୟାଲ ଲଂଚ…

0
465
bbm
bbm

ଆଚିଭରର୍ସ ନ୍ୟୁଜ୍‌: ଲୋକସେବା ଭବନର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ପୂର୍ବାଂଚଳ ଆଂଚଳିକ ପରିଷଦ ବୈଠକ ଶେଷ ହୋଇଛି । ବୈଠକ ପରେ ନବୀନ ନିବାସରେ ଏକ ରୟାଲ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା । ଏହି ମଧ୍ୟାହ୍ନ ଭୋଜନରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସାମିଲ କରାଯାଇଥିଲା । ଯେମିତି କି ପ୍ଲେନ ରାଇସ୍‌, ଫ୍ରାଏଡ୍ ରାଇସ୍‌, ଡାଲି, ବାଇଗଣ ଭଜା, ଆଳୁ ମଟର ମସଲା, ଟମାଟୋ ଚଟଣି, ବୁନ୍ଦି ରାଇତା, ମାଛ ତରକାରୀ, ପନିର ପରସା ଯାଇଥିଲା । ମିଠାରେ ଛେନାପୋଡ, ରସମଲାଇ ଭଳି ଖାଦ୍ୟ ବଢ଼ା ଯାଇଥିଲା । ଏହି ହାଇପ୍ରୋଫାଇଲ୍ ଲଂଚରେ ଗୃହମନ୍ତ୍ରୀ ଅମିତ୍ ଶାହା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ନିତୀଶ କୁମାର ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here