ସାଙ୍ଗ ଜନ୍ମଦିନ ପାଳନ ହେଲା କାଳ, ନଦୀରେ ବୁଡି ୩ଛାତ୍ର ମୃତ

0
302
bbm
bbm

ଆଚିଭରର୍ସ ନ୍ୟୁଜ୍‌: କୋରାପୁଟ୍‌ରେ ଅଘଟଣ । କୋଲାବ ନଦୀରେ ଗୋଡ ଖସି ଯିବାରୁ ୩ମୃତ । ମୃତକଙ୍କ ମଧ୍ୟରେ ୨ଜଣଙ୍କ ଘର ମାଲକାନଗରିରିରେ ହୋଇଥିବାବେଳେ ଜଣଙ୍କର ଘର ଭଦ୍ରକ ଜିଲ୍ଲାରେ ବୋଲି ଜଣାପଡିଛି । ଏନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନାନୂସାରେ କରୋପୁଟ୍ ସରକାରୀ ମହାବିଦ୍ୟାଳୟର ୭ଜଣ ଛାତ୍ର ଆଜି ମଧ୍ୟାହ୍ନରେ ସାଙ୍ଗର ଜନ୍ମଦିନ ପାଳନ କରିବାକୁ କୋଲାବ ନଦୀ ନିକଟକୁ ଯାଇଥିଲେ । ସେଠାରେ ୩ଜଣଙ୍କର ଗୋଡ ଖସିଯିବାରୁ ୩ଜଣ ଛାତ୍ର ପାଣି ଭିତରରେ ପଡିଯାଇଥିଲେ । ଅନ୍ୟ ସାଙ୍ଗମାନେ ଦମକଳ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଁଚି ୩ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତୀ କରିଥିଲେ । ହେଲେ ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୋଲିସ୍ ପହଁଚି ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here