ରାଜସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୨୪ମୃତ,୪ଗୁରୁତର

0
527
BBM
BBM

ଆଚିଭରର୍ସ ନ୍ୟୁଜ୍‌:ରାଜସ୍ଥାନରେ ଭୟଙ୍କର ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ନଈକୁ ଖସି ପଡିଲା ଏକ ଘରୋଇ ବସ୍ । ଏଥିରେ ୨୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣଙ୍କୁ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୧୦ଜଣ ମହିଳା ଓ ୩ଜଣ ଶିଶୁ ଅଛନ୍ତି । ସୂଚନାନୂସାରେ ଆଜି ସକାଳୁ ବାରନାରୁ ୨୮ଜଣ ଯାତ୍ରୀଙ୍କୁ ନେଇ ଏକ ବାହାଘର ଭୋଜିରେ ଯୋଗ ଦେବାକୁ ସାୱାଇ ମାଧପୋରା ଯାଉଥିଲା । ଭାରସାମ୍ୟ ହରାଇ ମୈଜ ନଈରେ ଖସି ପଡିଥିଲା । ତେବେ ନଈରେ ବାଡା ନଥିବାରୁ ବସ୍‌ଟି ଖସି ପଡିବାରୁ ଘଟଣାସ୍ଥଳରେ ହିଁ ୨୪ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗାଁଲୋକମାନେ ପୋଲିସକୁ ଖବର ଦେବା ସହ ଉଦ୍ଧାର କରିଥିଲେ । ନିକଟସ୍ଥ ହସ୍ପିଟାଲରେ ସମସ୍ତଙ୍କୁ ଭର୍ତୀ କରିବାରେ ସେଠାରେ ଡାକ୍ତର ୨୪ଜଣଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here