ଭୁବନେଶ୍ୱର: ଗତ ସପ୍ତାହ ରାଜଧାନୀର ଏକ ସ୍କୁଲରେ ଜଣେ ଶିକ୍ଷକଙ୍କ ଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ତାଙ୍କର କରୋନା ପରୀକ୍ଷା କରିବାରୁ ଜଣାପଡ଼ିଲା ଯେ, ସେ କରୋନା ଆକ୍ରାନ୍ତ ହୋଇଛନ୍ତି। ଯେହେତୁ ସେ ପାଠ ପଢ଼ାଇବା ସମୟରେ ପିଲାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେଥିପାଇଁ ସ୍କୁଲକୁ ୨ଦିନ ଛୁଟି କରାଯାଇ ବିଶୋଧନ କାର୍ଯ୍ୟ କରାଯାଉଛି।ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ବି.ଏମ.ସି କମିସନର କହିଛନ୍ତି ଯେ, ସେ ସ୍କୁଲ କର୍ତ୍ତୃପକ୍ଷ ଏବଂ ଡିଇଓଙ୍କ ସହ ସମ୍ପର୍କରେ ଅଛନ୍ତି। ଯଦି ଅନ୍ୟ ମାନଙ୍କର ଲକ୍ଷଣ ଦେଖାଯାଏ, ତାହେଲେ ସେମାନଙ୍କର ପରୀକ୍ଷା କରାଯିବ। ତେବେ ଏଯାଏଁ ପିଲାମାନଙ୍କର କୋଭିଡ ପରୀକ୍ଷା କରାଯାଇ ନାହିଁ। ଯଦି ପିଲାଙ୍କର କୋଭିଡ ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କର ପରୀକ୍ଷା କରାଯିବ ବୋଲି ବି.ଏମ.ସି କମିସନର ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, ରାଜଧାନୀରେ ଏକ ହାଇସ୍କୁଲର ଜଣେ ଶିକ୍ଷକ କରୋନା ଆକ୍ରାନ୍ତ ହେବା ଖବର ଆସିଛି। ଦୁଇ ଦିନ ତଳେ ଶିକ୍ଷକ ଜଣକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସ୍କୁଲକୁ ବନ୍ଦ କରାଯାଇ ପିଲାମାନଙ୍କୁ ସ୍କୁଲ ନ ଆସିବା ଲାଗି କୁହାଯାଇଥିଲା। ତେବେ ପ୍ରକୃତ କାରଣ ସମ୍ପର୍କରେ ପିଲାଙ୍କୁ କୁହାଯାଇ ନ ଥିଲା। ବରଂ କ୍ୟାମ୍ପସକୁ ବିଶୋଧନ କରାଯିବାକୁ ଥିବାରୁ ସ୍କୁଲ ଛୁଟି କରାଯାଉଛି ବୋଲି ଛାତ୍ରଛାତ୍ରୀଙ୍କୁ କୁହାଯାଇଥିଲା। ଏଥିପାଇଁ ଶନିବାର ଓ ରବିବାର ସ୍କୁଲରେ ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହୋଇପାରି ନ ଥିଲା।
Latest article
ଯାତ୍ରୀ ଭଡା ବଢାଇଲା ରେଳ ବିଭାଗ
ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କ ପାଇଁ ରେଳ ଭଡା ବୃଦ୍ଧି କରିଛନ୍ତି । ରେଳ ବିଭାଗର ସୂଚନା ମୁତାବକ ଅଳ୍ପଦୂର ଯାଉଥିବା ଯାତ୍ରୀଙ୍କ ଭଡା ବୃଦ୍ଧି କରାଯାଇଛି । ଭଡାବୃଦ୍ଧିର କାରଣ ଦର୍ଶାଇବାକୁ...
ମୁଖ୍ୟମନ୍ତ୍ରୀଙ୍କ ସହାୟତାରେ ପୁଣି ଘର ତିଆରି କଲେ ବିଏସଏଫ୍ ଯବାନ୍ ଅନିଶ
ନୂଆଦିଲ୍ଲୀ : ‘ଦଙ୍ଗାକାରୀମାନେ ଭାଙ୍ଗି ଦେଇଥିବା ମୋ ଘରକୁ ସଜାଡ଼ି ପାରିଲି। ହେଲେ, ଦଙ୍ଗାରେ ପୋଡ଼ି ପାଉଁଶ ହୋଇଯାଇଥିବା ମୋ ବିବାହ ସାମଗ୍ରୀକୁ ଆଉ ତିଆରି କରିପାରିନାହିଁ। ଦେଶର ସୁରକ୍ଷା ପାଇଁ ଜଣେ...
୪ ବର୍ଷର ପୁଅକୁ ନିର୍ଦ୍ଦୟଭାବେ ପିଟିଲା ମା’
ଭୁବନେଶ୍ବର: ମାତ୍ର ୪ ବର୍ଷର ଛୁଆ। ଭଲ କରି କଥା କହି ଶିଖିନି। ସିଲଟ ଖଡ଼ି ବି ଧରି ଜାଣିନି। କିନ୍ତୁ ମା’ର ଜିଦ୍ ପୁଳାପୁଳା ପଢ଼ିଯାଉ। ଟିଉସନ୍ ଯିବାକୁ ଅମଙ୍ଗ ହେବାରୁ...