ପେଟ୍ରୋଲ, ଡିଜେଲ ଦର : ଭୁବନେଶ୍ବରରେ ଦର କେତେ ଜାଣନ୍ତୁ

0
75

ତେଲଦର ବୃଦ୍ଧିରେ ବିରାମ ଲାଗୁ ନାହିଁ । ଆଜି କ୍ରମାଗତ ୬ଷ୍ଠ ଦିବସ ପାଇଁ ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ପେଟ୍ରୋଲ ୨୯ ପଇସା ଓ ଡିଜେଲ ୩୨ ପଇସା ବୃଦ୍ଧି ପାଇଛି । ତେବେ ଭାଟ ଅନୁସାରେ ବିଭିନ୍ନ ରାଜ୍ୟରେ ଦରରେ ତାରତମ୍ୟ ରହୁଛି ।ଆଜିର ବୃଦ୍ଧି ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଟ.୮୮.୭୩ ଓ ଡିଜେଲ ଲିଟର ପିଛା ଟ.୭୯.୦୬ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଟ.୮୯.୪୩ ଓ ଡିଜେଲ ଟ.୮୬.୧୫ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ.୯୪.୦୮ ଓ ଡିଜେଲ ଟ.୯୦.୬୬ ରେ ବିକ୍ରି ହେଉଛି । ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ.୮୯.୯୮ ଓ ଡିଜେଲ ଟ. ୮୬.୭୧ ରେ ବିକ୍ରି ହେଉଛି ।ଗତ କାଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତେଲଦର ବୃଦ୍ଧି ପାଇଁ ତୈଳ ରପ୍ତାନିକାରୀ ଦେଶମାନଙ୍କୁ ଦାୟୀ କରିଥିଲେ । ସେ କହିଥିଲେ ଯେ ଏହି ଦେଶମାନେ ତେଲ ଗ୍ରହକ ଦେଶମାନଙ୍କ ସ୍ବାର୍ଥ କଥା ଚିନ୍ତା କରୁନାହାନ୍ତି ।ନୂଆ ବଜେଟରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳକ କମାଇଥିବାବେଳେ କୃଷି ଭିତ୍ତିଭୂମି ସେସ ଲଗାଇଥିଲେ । ତେବେ ଏହା ଦ୍ବାରା ତେଲଦର ଅପରିବର୍ତ୍ତିତ ରହିଥିଲା ।

LEAVE A REPLY

Please enter your comment!
Please enter your name here