ପଶୁଙ୍କୁ ବି ଦରକାର ସେଂଟେଡ୍ ପରଫ୍ୟୁମ୍

0
608
abc
abc

ଏଣିକି ପଶୁମାନଙ୍କୁ ବି ଦରକାର ଲେଟେଷ୍ଟ ଏବଂ ସେଂଟେଡ୍ ପରଫ୍ୟୁମ୍ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା? କଥାଟି ଗପ ଲାଗୁଥିଲେ ବି ସତ । ବ୍ରିଟେନର ନରଫୋକ ୱାହମ ଚିଡିଆଖାନାରେ ରହୁଥିବା ବିଗ୍ କ୍ୟାଟସ ପରିବାର ଅର୍ଥାତ ବାଘ, ଚିତାବାଘ, ସିଂହ, ଜଙ୍ଗଲୀ ବିଲେଇଙ୍କୁ ପରିଦର୍ଶନ ପାଇଁ ଆସୁଥିବା ଦର୍ଶକ ମାନଙ୍କ ପରଫ୍ୟୁମ୍ ବହୁତ ପସନ୍ଦ । ଏମିତିକି ଭଲ ବାସନା ନମିଳିବା ଯାଏଁ ସେମାନେ ଗୋଟିଏ ସ୍ଥାନରେ ପଡି ରହୁଛନ୍ତି । ସେଥିପାଇଁ ଏବେ ଜୁ ର ପ୍ରଶାସନ ଲୋକମାନଙ୍କୁ ନିଜର ପୁରୁଣା ଏବଂ କାମରେ ନଆସୁନଥିବା ପରôଫୁ୍ୟମକୁ ଦାନ କରିବା ପାଇଁ ଅପିଲ କରିଛନ୍ତି । ତେବେ ଜୁ ଅଧିକାରୀ କହିଛନ୍ତି କି କେବଳ ବ୍ରାଣ୍ଡେଡ୍ କମ୍ପାନୀର ପରଫ୍ୟୁମ୍ ହିଁ ଦରକାର କାରଣ ଏହି ପଶୁ ମାନଙ୍କୁ ମହଙ୍ଗା ଡିଜାଇନର ଲେବଲ ହିଁ ପସନ୍ଦ । ଭଲ ପରôଫୁମ୍ୟ୍ ର ବାସ୍ନା ଶୁଙ୍ଘିଲେ ହିଁ ସେମାନେ ଆକ୍ଟିଭ୍ ରହୁଥିବା ଅଧିକାରୀ ମାନେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here