ଶ୍ରେଷ୍ଠ ନିର୍ଦେଶିକା ଭାବେ ଓସ୍କାର୍‌ ଆଓ୍ଵାର୍ଡ ପାଇଲେ କ୍ଲୋଇ ଜାଓ

0
95

ଓ୍ଵାସିଂଟନ୍‌: ‘ନୋମାଡ୍‌ଲାଣ୍ଡ୍‌’ ଚଳଚ୍ଚିତ୍ରର ନିର୍ଦେଶନା ଦେଇଥିବା ଚୀନ୍‌ ଜନ୍ମିତା ଚଳଚ୍ଚିତ୍ର ନିର୍ମାତ୍ରୀ କ୍ଲୋଇ ଜାଓଙ୍କୁ ରବିବାର ଦିନ ଶ୍ରେଷ୍ଠ ନିର୍ଦେଶିକା ଭାବେ ‘ଏକାଡେମି ଆଓ୍ଵାର୍ଡ’ ବା ଓସ୍କାର୍‌ ପୁରସ୍କାର ମିଳିଛି। ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ପ୍ରଥମ ଏସୀୟ ମହିଳା ଏବଂ ଦ୍ୱିତୀୟ ଶ୍ରେଷ୍ଠ ନିର୍ଦେଶିକା। ଜୀବନଯାପନ ପାଇଁ ଅର୍ଥ ଉପାର୍ଜନ କରିବା ଲାଗି ଗୋଟିଏ କାମରୁ ଅନ୍ୟ କାମ ସନ୍ଧାନ କରୁଥିବା ବୟୋଜ୍ୟେଷ୍ଠ ଆମେରିକୀୟମାନଙ୍କ ଜୀବନଯାତ୍ରା ପ୍ରଦର୍ଶିତ ହୋଇଥିବା ଚଳଚ୍ଚିତ୍ର ‘ନୋମାଡ୍‌ଲାଣ୍ଡ୍‌’ରେ ଅଭିନେତ୍ରୀ ଫ୍ରାନ୍‌ସେସ୍‌ ମ୍ୟାକ୍‌ଡର୍ମାଣ୍ଡ୍‌ଙ୍କ ସହ ‘ରିୟଲ୍‌-ଲାଇଫ୍‌ ନୋମାଡ୍‌ସ୍‌’ ଭାବେ ଅଭିନୟ କରିଥିବା ୩୯ ବର୍ଷୀୟ ଜାଓଙ୍କ ପାଇଁ ଏହା ହେଉଛି ପ୍ରଥମ ଓସ୍କାର୍‌। ଏହି ଚଳଚ୍ଚିତ୍ରଟି ଆର୍ଥିକ ଅନଟନରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ‘ୟୁ.ଏସ୍‌. ରିସେସିଅନ୍‌ ଯୁଗ’ର ପୃଷ୍ଠଭୂମି ଉପରେ ପର୍ଯ୍ୟବେଶିତ।

LEAVE A REPLY

Please enter your comment!
Please enter your name here