୯୨ତମ ଓସ୍କାର ପୁରସ୍କାର ସମାରୋହ ଅନୁଷ୍ଠିତ,ଦକ୍ଷିଣ କୋରିଆର ଫିଲ୍ମ ପାରାସାଇଟ୍‌ ଶ୍ରେଷ୍ଠ ଫିଲ୍ମ

0
306
abc
abc

ଆମେରିକାର ଲସ୍ ଏଞ୍ଜେଲ୍ସେରେ ଅନୁଷ୍ଠିତ ହୋଇଛି ୯୨ତମ ଓସ୍କାର ପୁରସ୍କାର ପ୍ରଦାନ ସମାରୋହ । ଚଳିତଥର ଏଥିରେ ଦକ୍ଷିଣ କୋରିଆର ଫିଲ୍ମ ପାରାସାଇଟ୍ ଶ୍ରେଷ୍ଠ ପିଲ୍ମ ହିସାବରେ ବାଜି ମାରିନେଇଛି । ଏହି ଫିଲ୍ମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ସହ ୪ଟି ଓସ୍କାର ଆୱାର୍ଡ ମିଳିଛି । ଏହା ସହ ଏହି ଫିଲ୍ମର ନିର୍ଦ୍ଦେଶକଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସମ୍ମାନଜନକ ପୁରସ୍କାର ମଧ୍ୟ ମିଳିଛି । ସେହିପରି ବେଷ୍ଟ ଆନିମେଟେଡ୍ ଫିଚର ଫିଲ୍ମ ବର୍ଗରେ ଟୟ ଷ୍ଟୋରୀକୁ ୪ଟି ଓସ୍କାର ଆୱାର୍ଡ ମିଳିଛି । ଫିଲ୍ମ ଜୋକର ପାଇଁ ଲୋକପ୍ରିୟ ଅଭିନେତା ୱାକିନ୍ ଫିନିକ୍ସଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ବାୟୋପିକ୍ ଜଡି ଗାର୍ଲେଡ ପାଇଁ ରିନି ଜେଲୱେଗରଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି । ସେହିପରି ଶ୍ରେଷ୍ଠ ସହ ଅଭିନେତା ଭାବେ ୱାନ୍ସ ଓପନ୍ ଏ ଟାଇମ୍ ଇନ୍ ହଲିଉଡ ଫିଲ୍ମ ପାଇଁ ବ୍ରାଡ ପିଟ୍ ଏବଂ ଲୌରା ଡର୍ଣ୍ଣଙ୍କୁ ଫିଲ୍ମ ମ୍ୟାରେ ଷ୍ଟୋରୀ ପାଇଁ ଶ୍ରେଷ୍ଠ ସହଅଭିନେତ୍ରୀ ଭାବେ ଓସ୍କାର ଆୱାର୍ଡ ମିଳିଛି ।

LEAVE A REPLY

Please enter your comment!
Please enter your name here