ଆରମ୍ଭ ହେଲା ବିଧାନସଭାର ବଜେଟ୍ ଅଧିବେଶନ,ପ୍ରଥମରୁ ଗୃହରେ ହଟ୍ଟଗୋଳ

0
413
abc
abc

ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳରେ କମ୍ପିଛି ପୁରାପରିବେଶ । ଅଫିସର ଗ୍ୟାଲେରୀରେ ଜଣେ ବି ଅଫିସର ନଥିବାରୁ ତାରା ବାହିନୀପତି ଉଦ୍‌ବେଗ ପ୍ରକାଶ କରିବା ସହ ଗୃହରେ ପ୍ରବଳ ହଙ୍ଗାମା କରିଛନ୍ତି । ହଟ୍ଟଗୋଳକୁ ଦୃଷ୍ଟିରେ ରଖି ବାଚସ୍ପତି ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ସୂଚନାନୂସାରେ ଆଜି ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ରଖିଥିଲେ । ଶୋକ ପ୍ରସ୍ତାବ ନେଇ ଆଲୋଚନା ବେଳେ ଗୃହରେ ଅଫିସର ଗ୍ୟାଲେରିରେ ଜଣେ ମଧ୍ୟ ଅଫିସର ନଥିବାରୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ଉଦବେଗ ପ୍ରକାଶ କରିଥିଲେ । ଉଦ୍‌ବେଗ ନେଇ ଏଗୁଡିକ ରେକର୍ଡ ହେବ ନାହିଁ ବୋଲି ବାଚସ୍ପତି ରୁଲିଙ୍ଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here