ନୋ ସୋସିଆଲ ମିଡିଆ : ନମୋ

0
348
BBM
BBM

ଆଚିଭରର୍ସ ନ୍ୟୁଜ୍‌: ସୋସିଆଲ ମିଡିଆ ଛାଡିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ଚାରି ଆଡୁ ମିଶ୍ର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଟ୍ୱିଟ୍ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ଜଣାଇଥିଲେ ଯେ ମୁଁ ଚିନ୍ତା କରୁଛି କି ଆଉ ସୋସିଆଲ ମିଡିଆ ବ୍ୟବହାର କରିବିନି । ଫେସ୍‌ବୁକ୍ ,ଟ୍ୱିଟର, ଇନଷ୍ଟା ଏବଂ ୟୁଟୁବ୍‌କୁ ପରିତ୍ୟାଗ କରିବି ବୋଲି ମୁଁ ଭାବୁଛି । ତେବେ ମୋଦିଙ୍କର ଏହି ସୂଚନା ପରେ ବିଭିନ୍ନ ଆଡୁ ମନ୍ତବ୍ୟ ଆସିବା ଆରମ୍ଭ ହୋଇଛି । ମୋଦୀଙ୍କର କେତେକ ଟ୍ୱିଟର ଫଲୋର୍ସ ଏମିତି ନକରିବା ପାଇଁ ଅନୁରୋଧ କରିଛନ୍ତି । ଏହାପରେ ଏକ ନୋ ସାର ମାମରେ ଟ୍ୱିଟରରେ ଟ୍ରେଣ୍ଡ କରିବାକୁ ଲାଗିଛି । ସେହିପରି କଂଗ୍ରେସନେତା ରାହୁଲଗାନ୍ଧୀ ଟ୍ୱିଟକରିଛନ୍ତି କି ସୋସିଆଲ ମିଡିଆ ନଛାଡି ଘୃଣାକୁ ତ୍ୟାଗ କର । ଆଉ କିଛି ଫଲୋର୍ସ ମୋଦୀଙ୍କ ଏହି ପଦକ୍ଷେପକୁ ସ୍ୱାଗତ ମଧ୍ୟ କରିଥିବା ଦେଖିବାକୁ ମିଳିଛି । ସୂଚନାନୂସାରେ ନରେନ୍ଦ୍ର ମୋଦୀଙ୍କର ଟ୍ୱିଟରରେ ୫୩.୩ ମିଲିୟନ, ଫେସୁବୁକ୍‌ରେ ୪୪ମିଲିୟନ ୭ଲକ୍ଷ ୨୨ହଜାର ୧୪୩ଜଣ ଏବଂ ଇନଷ୍ଟାରେ ୩୫.୨ ମିଲିୟନ ଫଲୋର୍ସ ଅଛନ୍ତି ।

LEAVE A REPLY

Please enter your comment!
Please enter your name here