ଭଲ ଖବର:ଏଣିକି ଗୋଟିଏ ଦିନ ବସ୍ତାନି ବୁହାରୁ ମୁକ୍ତି…

0
174
BBM
BBM

ଆଚିଭରର୍ସ ନ୍ୟୁଜ୍‌: ଖୁସି ଖବର । ଗଞ୍ଜାମ ଜିଲ୍ଲା ପ୍ରଶାସନ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛି । ଶନିବାର ଦିନ ବିନା ବସ୍ତାନୀରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିବେ ବୋଲି ନିୟମ କରାଯାଇଛି । ଛାତ୍ରଛତ୍ରୀଙ୍କୁ ସ୍କୁଲରେ ସେମାନଙ୍କ ପାଠପଢ଼ା ଉପକରଣ ଓ ସବୁ ସରଞ୍ଜାମ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ପୂର୍ବରୁ ଜିଲ୍ଲା ପ୍ରଶାସନ ମଧୁ ଆପ୍‌, ପାଣି ଘଂଟ ଆଦି ଆରମ୍ଭ କରିଥିଲେ ଏବେ ‘ନୋ ବ୍ୟାଗ ପାଇଲଟ୍ ପ୍ରୋଜେକ୍ଟ’ ଆରମ୍ଭ କରିଛନ୍ତି । ଏନେଇ ପ୍ରତି ବ୍ଳକରେ ବଛା ବଛା ୨୦ଟି ସ୍କୁଲରେ ଏହା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି । ସୂଚନାନୂସାରେ ଶନିବାର ଦିନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ଲାଇବ୍ରେରୀରେ ଥିବା ବହି ସବୁ ପଢ଼ିବେ, ଗୀତ, ନାଚ ସହ ଚିତ୍ର ଆଙ୍କିବା ଏବଂ ଶିକ୍ଷକ ମାନଙ୍କସହ ବିଭିନ୍ନ ବିଷୟରେ ଇଂଟରାକ୍ସନ ମଧ୍ୟ କରିପାରେବେ ।

LEAVE A REPLY

Please enter your comment!
Please enter your name here