ଦୋଷୀର ନୂଆ ଚାଲ

0
398
BBM
BBM

ଆଚିଭରର୍ସ ନ୍ୟୁଜ୍‌: ଦୋଷୀର ନୂଆ ଚାଲ । ଜେଲ୍ କାନ୍ଥରେ ମୁଣ୍ଡ ପିଟିଲା ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟାକାଣ୍ଡର ଦୋଷୀ ବିନୟ । ମୁଣ୍ଡ ପିଟିବା ଯୋଗୁଁ ସ୍ମରଣ ଶକ୍ତି ଚାଲି ଯାଇଥିବା ମଧ୍ୟ ଜଣାପଡିଛି । ସୂଚନାନୂସାରେ ସୁପ୍ରିମକୋର୍ଟ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖରେ ଫାଶୀରୁ ବର୍ତିବା ପାଇଁ ଆବେଦନ କରି ନିରାଶ ହେବା ପରେ ନିର୍ଭୟା ଗଣ ଦୁଷ୍କର୍ମ ହତ୍ୟାକାଣ୍ଡର ଦୋଷୀ ବିନୟ ଶର୍ମାର ଆଉ ଏକ ଚାଲ ଚଲାଇଛି । ବିନୟ ତା ଓକିଲ ଜରିଆରେ ଦିଲ୍ଲୀ ସରକାରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ ଦାଖଲ କରିଛି । ହେଲେ ପଟିଆଲା ହାଉସ୍ କୋର୍ଟ ନିର୍ଭୟା କାଣ୍ଡର ସମସ୍ତ ୪ଦୋଷୀଙ୍କୁ ମାର୍ଚ୍ଚ ୩ରେ ଫାଶୀରେ ଝୁଲାଇବା ପାଇଁ ଡେଥ୍ ୱୋରେଂଟି ଜାରି କରିଛନ୍ତି । ଏବେ ବିନୟ କୁମାର ଜେଲ୍ କାନ୍ଥରେ ନିଜର ମୁଣ୍ଡ ପିଟି ଦେଇଥିବାବେଳେ ସେ ଗୁରୁତର ହୋଇପଡିଥିବା ସହ ସ୍ମରଣ ଶକ୍ତି ହରାଇ ଥିବା ବିନୟର ଓକିଲ କୋର୍ଟକୁ ସୂଚିତ କରିଛନ୍ତି । ବିନୟକୁ ଉପଯୁକ୍ତ ଚିକିତ୍ସା ପାଇଁ ମଧ୍ୟ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here