ମାର୍ଚ୍ଚ ୨୦ରେ ଫାଶୀ ପାଇବେ ନିର୍ଭୟା ଦୋଷୀ

0
128
bbm
bbm

ଆଚିଭରର୍ସ ନ୍ୟୁଜ୍‌: ନିର୍ଭୟା ଦୋଷୀ ପାଇବେ ମୃତ୍ୟୁଦଣ୍ଡ । ଆସନ୍ତା ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା୩୦ ମିନିଟ୍‌ରେ ତିହାର ଜେଲ୍‌ରେ ମୃତ୍ୟୁ ଦଣ୍ଡ କାର୍ଯ୍ୟକାରୀ କରିବାକୁ ଡେଥ୍ ୱାରେଂଟିରେ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପୂର୍ବରୁ ଜାରି ହୋଇଥିବା ୩ଟି ଡେଥ୍ ୱାରେଂଟ ଦୋଷୀମାନଙ୍କ ବିଭିନ୍ନ ଆଇନ୍‌ଗତ ପଦକ୍ଷେପ ଯୋଗୁଁ ଟଳିଥିଲା । ସମସ୍ତ ଆଇନ୍‌ଗତ ବିକଳ୍ପର ଉପଯୋଗ ଆଳରେ ଦୋଷୀମାନଙ୍କ ଓକିଲ ବିଭିନ୍ନ ଅଦାଲତରେ ଏକାଧିକ ଆବେଦନ କରିଥିଲେ । ୪ଜଣ ଦୋଷୀ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ପ୍ରାର୍ଥନା ଆବେଦନ କରିଥିବାବେଳେ ତାହା ମଧ୍ୟ ଖାରଜ ହୋଇଥିଲା । ସୂଚନାନୂଯାୟୀ ୨୦୧୨ଡିସେମ୍ବର ୧୬ ତାରିଖ ରାତିରେ ଦକ୍ଷିଣ ଦିଲ୍ଲୀ ଅଂଚଳରେ ନିର୍ଭୟା ନାରକୀୟ କାଣ୍ଡ ଘଟିଥିଲା ।

LEAVE A REPLY

Please enter your comment!
Please enter your name here