ନିର୍ଭୟା ମାମଲା, ସୁପ୍ରିମକୋର୍ଟରେ ହେବ ଶୁଣାଣୀ

0
125
abc
abc

ନିର୍ଭୟା ମାମଲାରେ ଦୋଷୀ ମାନଙ୍କୁ ଭିନ୍ନ ଭିନ୍ନ ଭାବେ ଫାଶୀ ଦେବାକୁ ସରକାରଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣୀ ହେବ । ଅନ୍ୟପଟେ ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ଖାରଜ କରିବା ନିଷ୍ପତିକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଆବେଦନ ଦାଖଲ ହୋଇଥିଲା । ସେହି ଆବେଦନର ମଧ୍ୟ ଆଜି ଶୁଣାଣୀ ହେବ । ଜଷ୍ଟିସ୍ ଆର ଭାନୁମତି, ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଏସ୍ ବୋପନ୍ନାଙ୍କ ଖଣ୍ଡପୀଠ ନିର୍ଭୟା ଦୋଷୀ ପୱନ କୁମାର ଗୁପ୍ତାଙ୍କ ପାଇଁ ବରିଷ୍ଠ ଓକିଲ ଅଞ୍ଜନା ପ୍ରକାଶଙ୍କୁ ନ୍ୟାୟ ମିତ୍ର ନିଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀ ପୱନ ଗୁପ୍ତା ବର୍ତମାନ ପର୍ଯ୍ୟନ୍ତ ସୁଧାତ୍ମକ ଆବେଦନ ଏବଂ ରାଜକ୍ଷମା ଆବେଦନ କରି ନାହାଁନ୍ତି । କେନ୍ଦ୍ର ସରକାର ତାଙ୍କ ଆବେଦନରେ କହିଛନ୍ତି ଯେ ଅନ୍ୟ ୩ଦୋଷୀଙ୍କୁ ଛାଡି କେବଳ ପୱନ ଗୁପ୍ତା ନିକଟରେ ଆଇନର ବିକଳ୍ପ ରହିଛି । ଏଥିପାଇଁ ଅନ୍ୟ ଦୋଷୀ ମାନେ ମଧ୍ୟ ଫାଶୀ ପାଇ ପାରୁନାହାଁନ୍ତି ।

LEAVE A REPLY

Please enter your comment!
Please enter your name here