ଆଜି ଜାତୀୟ ବିଜ୍ଞାନ ଦିବସ

0
244
bbm
bbm

ଆଚିଭରର୍ସ ନ୍ୟୁଜ୍‌: ଆଜି ଜାତୀୟ ବିଜ୍ଞାନ ଦିବସ । ବିଂଶ ଶତାଦ୍ଦୀର ପ୍ରଥମ ଭାଗ ପର୍ଯ୍ୟନ୍ତ ଜଳର ରଙ୍ଗ କାହିଁକି ନୀଳ ଦେଖାଯାଏ ତାହା ସମସ୍ତଙ୍କୁ ଅଗୋଚର ଥିଲା । କିନ୍ ପୋର୍ଟର ଓ ରେଲି ଆଦି ଇଉରୋପୀୟ ବୈଜ୍ଞାନିକ ଏହା ଉପରେ ଗବେଷଣା କରିଥିଲେ । ହେଲେ ଏହି ଦୁଇଜଣଙ୍କ ସିଦ୍ଧାନ୍ତ ସନ୍ତୋଷ ଜନକ ହୋଇ ନଥିବାରୁ ଅନେକ ଏହାକୁ ଗ୍ରହଣ କରିନଥିଲେ । ଫଳରେ ଭାରତୀୟ ବୈଜ୍ଞାନିକ ସିଭି ରମଣ ଏହା ଉପରେ ଗବେଷଣା ଆରମ୍ଭ କରିଥିଲେ । ବାଷ୍ପର ଅଣୁ ଭଳି ଜଳ ଅଣୁ ଦ୍ୱାରା ମଧ୍ୟ ଆଲୋକ ବିଚ୍ଛୁରିତ ହେଉଥିବା ସେ ବିଶ୍ୱାସ କରୁଥିଲେ । ଆଉ ବିଚ୍ଛୁରଣ ଯୋଗୁଁ ହିଁ ସମୁଦ୍ର ଜଳ ନୀଳ ଦିଶେ ସେ ପରୀକ୍ଷାଗାରରେ ଗବେଷଣା ଦ୍ୱାରା ଏହା ପ୍ରମାଣିତ କରିବା ପରେ ବିଶ୍ୱକୁ ଜଣାଇଥିଲେ । ତାଙ୍କ ଆବିଷ୍କାର ‘ରମଣ ପ୍ରଭାବ’ ବା ରମନସ୍ ଇଫେକ୍ଟ ଭାବେ ପ୍ରସିଦ୍ଧ । ଏହି ଆବିଷ୍କାର ପାଇଁ ସିଭି ରମଣ ନୋବେଲ ପୁରସ୍କାର ମଧ୍ୟ ପାଇଥିଲେ । ଯେଉଁ ଦିନ ରମଣ ଏହାକୁ ଆବିଷ୍କାର କରିଥିଲେ ସେହି ଦିନଟି ୧୯୨୮ ମସିହା ଫେବୃଆରୀ ୨୮ ତାରିଖ ଥିଲା । ତେଣୁ ଜାତୀୟ ବିଜ୍ଞାନ ଏବଂ ବୈଷୟିକ ଯୋଗାଯୋଗ ପରିଷଦର ଅନୁମୋଦନ କ୍ରମେ ଆଜିର ଦିନକୁ ଜାତୀୟ ବିଜ୍ଞାନ ଦିବସ ରୂପେ ପାଳନ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here