ଭୁବନେଶ୍ଵର/ଭୋପାଳ: ଦେଶରେ ଏବେ ପୁଣି କରୋନା ଭୂତାଣୁ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି | ଆଉ କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ମାସ୍କ ବ୍ୟବହାର ଉପରେ ପୁଣି ଜୋର ଦେଉଛନ୍ତି ବିଭିନ୍ନ ରାଜ୍ୟର ସରକାର | ଏହାରି ଭିତରେ ମଧ୍ୟପ୍ରଦେଶ ବିଧାନସଭାର ବଜେଟ୍ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ତେବେ ମଧ୍ୟପ୍ରଦେଶ ବିଧାନସଭାରେ ଦୁଇ ଜଣ ବିଧାୟକ ମାସ୍କ ନ ପିନ୍ଧି ବୁଲୁଥିବାର ଦେଖିବାକୁ ମିଳିଥିଲା |ଆଉ ଯେତେବେଳେ ମାସ୍କ ନ ପିନ୍ଧିବାର କାରଣ ବାବଦରେ ପଚରାଯାଇଥିଲା. ସେତେବେଳେ ସେମାନେ ଅଜବ ଉତ୍ତର ଦେଇଥିଲେ | ଏହି ଦୁଇ ଜଣ ବିଧାୟକ ହେଉଛନ୍ତି କଂଗ୍ରେସ ବିଧାୟକ ଗୋବିନ୍ଦ ସିଂ ଓ କଂଗ୍ରେସ ବିଧାୟକ ବାଜିନାଥ କୁଶବାହା | କଂଗ୍ରେସ ବିଧାୟକ ଗୋବିନ୍ଦ ସିଂ କହିଛନ୍ତି ଯେ,’ମୁଁ କେବେ ମାସ୍କ ବ୍ୟବହାର କରି ନାହିଁ ଏବଂ କରିବି ନାହିଁ। ଯଦି ମାସ୍କ ନ ପିନ୍ଧିଥିବାରୁ ଜରିମାନା ଦେବାକୁ ପଡେ, ତେବେ ଜରିମାନା ଅର୍ଥ ରାଶି ଦେଇଦେବି ପଛେ, ମାସ୍କ ପିନ୍ଧିବି ନାହିଁ | ସେହିପରି ବାଜିନାଥ କହିଥିଲେ ଯେ, ‘ମୁଁ ବାଜରା ରୁଟି ଖାଉଛି,କରୋନା ଭାଇରସ କୌଣସି ପ୍ରଭାବ ପକାଇପାରିବ ନାହିଁ | ମୁଁ କରୋନା ଭାଇରସକୁ ଡରେ ନାହିଁ | ଆଉ ମାସ୍କ ପିନ୍ଧିବା ଦ୍ୱାରା ଅସ୍ବସ୍ତି ଅନୁଭବ କରେ |ସୂଚନା ଥାଉ ମଧ୍ୟପ୍ରଦେଶର ଏହି ଦୁଇ କଂଗ୍ରେସ ବିଧାୟକଙ୍କ ଭଳି ଓଡ଼ିଶାର ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ମଧ୍ୟ ମାସ୍କ ପିନ୍ଧିବାକୁ ସେତେ ଗୁରୁତ୍ୱ ଦିଅନ୍ତି ନାହିଁ | ସୁର ଅନେକ ସମୟରେ କହନ୍ତି ଯେ, ‘କରୋନା ହେବା ଦିନରୁ ମୁଁ ମାସ୍କ ପିନ୍ଧିନାହିଁ, ପାଟିରେ ମାସ୍କ ପିନ୍ଧି ପିନ୍ଧି ରୋଗ ହୋଇଯିବ।’
Latest article
ବାଲାକୋଟ୍ ବିମାନ ଆକ୍ରମଣ ପରେ ଜାତୀୟ ନିରାପତ୍ତା ଉପଦେଷ୍ଟା
ନୂଆଦିଲ୍ଲୀ: ୨୦୧୯ ଫେବ୍ରୁଆରି ୨୬ ତାରିଖ ପାହାନ୍ତା ୩:୪୫ରେ ବାଲାକୋଟ୍ ବିମାନ ଆକ୍ରମଣ ପରେ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍ଙ୍କ ପାଖକୁ ଫୋନରେ ବାର୍ତ୍ତା ଆସିଲା- ମାଙ୍କଡ଼ ମରା ହେଲା।ସ୍ୱତନ୍ତ୍ର ‘ଆର୍ଏଏକ୍ସ’...
ରାଜ୍ୟରେ ଅଧିକାଂଶ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ
ଭୁବନେଶ୍ବର: ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଶୁକ୍ରବାର ‘ଭାରତ ବନ୍ଦ’ ଡାକରା ଦିଆଯାଇଥିବା ବେଳେ ରାଜ୍ୟରେ ଅଧିକାଂଶ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଛି।ଠିକ୍ ସେହିପରି କଟକ, ଭୁବନେଶ୍ବର, ବାଲେଶ୍ବର,...
ସାତ ମାଓ କ୍ୟାମ୍ପ ଧ୍ୱସ୍ତ
ମାଲକାନଗିରି: ସାତ ମାଓ କ୍ୟାମ୍ପ ଧ୍ୱସ୍ତ। ସୁରକ୍ଷା କର୍ମୀଙ୍କ ଲଗାତାର ତିନି ଦିନର ଅପରେସନରେ ସାତଟି ମାଓ ଶିବିର ଧ୍ୱସ୍ତ ହୋଇଥିବା ଜଣାଯାଇଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଏବଂ କାଙ୍କେର...