ମୁଗ ଡାଲି ଆପଣଙ୍କ ଖାଦ୍ୟରେ ସାମିଲ୍ କରୁ ନାହିାଁନ୍ତି କି? ତାହାଲେ ଏବେଠାରୁ କରନ୍ତୁ ନହେଲେ ଆପଣ ବି ହୋଇପାରନ୍ତି ଅସୁସ୍ଥ ।…

0
429
bbm
bbm

ଆଚିଭରର୍ସ ନ୍ୟୁଜ୍‌: ମୁଗଡାଲି ଖାଇବାକୁ ସ୍ୱାଦିଷ୍ଟ ଲାଗିଥାଏ । ସମସ୍ତଙ୍କ ରୋଷେଇ ଘରେ ମୁଡ ଡାଲି ମହଜୁତ୍ ଥାଏ । ଏଥିରୁ ବିଭିନ୍ନ ପ୍ରକାର ସୁଆଦିଆ ଖାଦ୍ୟ ମଧ୍ୟ ତିଆରି କରାଯାଇଥାଏ । ହେଲେ ମୁଗଡାଲି କେବଳ ପାଟିକୁ ସୁଆଦିଆ ଲାଗେ ନାହିଁ । ଏଥିରେ ଅନେକ ଉପକାରୀ ଗୁଣ ମଧ୍ୟ ରହିଛି । ଏହି ଡାଲି ପେଟ ଭଲ ହୋଇଥିବା ସହିତ ତ୍ୱଚାକୁ ମଧ୍ୟ ସୁସ୍ଥ ରଖେ । ତାହାଲେ ଚାଲନ୍ତୁ ଜାଣିବା ମୁଗ ଡାଲିରେ ଆମ ଶରୀରକୁ କଣ ଫାଇଦା ମିଳିଥାଏ ।

୧. ମୁଗଡାଲି ଶରୀର ମେଟାବୋଲିଜମ୍‌କ ୁ ଠିକ୍ ରଖିଥାଏ ।
୨. ଏଥିରେ ଫାଇବର ଥିବାରୁ ଏହା ପାଚନ ତନ୍ତ୍ରକୁ ମଜବୁତ୍ ରଖିଥାଏ ।
୩. ଯଦି ଆପଣଙ୍କ ଶରୀରରେ ଅଯଥା ଚର୍ବୀ ଅଛି ତାହାଲେ ଆପଣଙ୍କ ଡାଏଟ୍‌ରେ ମୁଗଡାଲି ସାମିଲ କରନ୍ତୁ । ଆପଣଙ୍କ ଚର୍ବୀ କମିବା ସହ ଓଜନ ହ୍ରାସ ହୋଇଥାଏ ।
୪. ମୁଗଡାଲିରେ ପଟାସିୟମ, ମ୍ୟାଗ୍ନେସିୟମ ଓ ଫାଇବର ଭରପୂର ମାତ୍ରାରେ ଥିବାରୁ ବ୍ଲଡ ପ୍ରେସର ନିୟନ୍ତ୍ରିତ ହୋଇଥାଏ ।
୫. ଯଦି ଆପଣ ପ୍ରତ୍ୟେକ ଦିନ ମୁଗଡାଲି ଖାଉଛନ୍ତି ତାହାଲେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।

LEAVE A REPLY

Please enter your comment!
Please enter your name here