ମାର୍ଚ୍ଚ ୧୭ରେ ବାଂଲାଦେଶ ଯିବେ ମୋଦୀ

0
363
BBM
BBM

ଆଚିଭରର୍ସ ନ୍ୟୁଜ୍‌: ମାର୍ଚ୍ଚ ୧୭ ତାରିଖରେ ବାଂଲାଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଢ଼ାକାରେ ବାଂଲାଦେଶ ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ଶତାବାର୍ଷିକ ସମାରୋହରେ ଯୋଗ ଦେବାପାଇଁ ମୋଦୀଙ୍କୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ନିମନ୍ତ୍ରଣ କରିଥିବା ଜଣାପଡିଛି । ଏହି ଗସ୍ତରେ ଭାରତର ନୂତନ ନାଗରିକତା ସଂଶୋଧନ ଆଇନ୍ ଏବଂ ପ୍ରସ୍ତାବିତ ଏନଆରସିକୁ ନେଇ ଉଭୟଙ୍କ ଭିତରେ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁାମର କହିଛନ୍ତି କି କରୋନା ଭାଇରସ୍ ଯୋଗୁଁ ଏହି ସମୟରେ ଯାତ୍ରା ନହେବା ଦରାକାର । ପୂର୍ବରୁ ଡିସେମ୍ବର ମାସରେ ବାଂଲାଦେଶର ବିଦେଶ ମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ନୂତନ ନାଗରିକତା ଆଇନ୍ ସଂଶୋଧନ ଆଇନକୁ ନେଇ ସୃଷ୍ଟି ହେଉଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଗସ୍ତ ବାତିଲ କରିଥିଲେ ।

LEAVE A REPLY

Please enter your comment!
Please enter your name here