ପ୍ରଶ୍ନପତ୍ର ଭାଇରାଲକୁ ରୋକିବ ସିକ୍ୟୁରିଟି କୋର୍ଡ

0
235
abc
abc

ଗତବର୍ଷ ରାଜ୍ୟରେ ମାଟ୍ରିକ ପରୀକ୍ଷାର ପଶ୍ନପତ୍ର ଭାଇରାଲକୁ ରୋକିବ ସିକ୍ୟୁରିଟି କୋଡ୍ । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ପଶ୍ନପତ୍ରରେ ଡିଜିଟାଲ ଲକର ବ୍ୟବସ୍ଥା ସହ ସିକ୍ୟୁରିଟି କୋର୍ଡ ରହିବ ବୋଲି ଜଣାପଡିଛି । ଏହି ଡିଜିଟାଲ୍ ଲକ୍ ଖାଲି ଆଖିରେ ଦେଖାଯିବ ନାହିଁ । ଯଦି କେହି ଫଟୋ ଉଠାଇ ମୋବାଇଲରେ ଭାଇରାଲ କରିବେ ତାହାଲେ କୋର୍ଡ ଆଡମିନ୍ ଜାଣିପାରିବେ । କେଉଁଠି ପ୍ରଶ୍ନପତ୍ର ଭାଇରାଲ ହୋଇଛି ତାହା ସହଜରେ ଜଣାପଡିବା ସହ ଅଭିଯୁକ୍ତକୁ ସହଜରେ ଚିହ୍ନଟ କରାଯାଇ ପାରିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ପ୍ରଶ୍ନପତ୍ର ଭାଇରାଲ ହେବା କମ୍ ଆଶଙ୍କା ରହିବ । ସୂଚନାନୂସାରେ ଗତବର୍ଷ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଓ ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲକୁ ନେଇ ପରୀକ୍ଷା ପରିଚାଳନାରେ ବ୍ୟାପକ ବିଭ୍ରାଟ ହୋଇଥିଲା । ଏମିତିକି ଓଟିଇଟି ପରୀକ୍ଷା ବାତିଲ ବି କରିବାକୁ ପଡିଥିଲା । ଏହାକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଚଳିତ ବର୍ଷ ସମସ୍ତ ପରୀକ୍ଷାକୁ ତ୍ରୁଟି ଶୂନ୍ୟ କରିବା ପାଇଁ ନିଷ୍ପତି ହୋଇଛି ।

LEAVE A REPLY

Please enter your comment!
Please enter your name here