ଆରମ୍ଭ ହେଲେ ମାଟ୍ରିକ୍ ପରୀକ୍ଷା

0
265
BBM
BBM

ଆଚିଭରର୍ସ ନ୍ୟୁଜ୍ (ଭୁବନେଶ୍ୱର): ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ସକାଳ ୧୦ଟାରୁ ଅପରାହ୍ନ ୧୨ଟା ଯାଏଁ ପରୀକ୍ଷା ହେବ । ଛାତ୍ରଛାତ୍ରୀମାନେ ସକାଳ ୯ଟା୩୦ରେ ପରୀକ୍ଷାକେନ୍ଦ୍ରକୁ ପ୍ରବେଶ କରିଛନ୍ତି ଏବଂ ୯.୪୫ରେ ପ୍ରଶ୍ନପତ୍ର ଦିଆଯାଇଥିବା ଜଣାଯାଇଛି । ଅବଜେକ୍ଟିଭ୍ ପ୍ରଶ୍ନ ଉତର ଗୁଡିକୁ ୧୧ଟା ମଧ୍ୟରେ ସାରିବାକୁ ପଡିବ ପରେ ୧୧ଟାରୁ ୧୨.୩୦ ଯାଏଁ ଦୀର୍ଘ ପ୍ରଶ୍ନଉତର କରିବେ । ମାଟ୍ରିକ ପରୀକ୍ଷାକୁ ସଠକି୍ ଢ଼ଙ୍ଗରେ କରିବା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସେହିପରି ଶାନ୍ତି ଶୃଙ୍ଖଳାରେ ପରୀକ୍ଷାକୁ ପରୀଚାଳନା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜନଗହଳି କିମ୍ବା ଉତେଜନା ପୂର୍ଣ୍ଣ ସ୍ଥାନରେ ସିସିଟିଭି ଲଗାଯାଇଛି । ସୂଚନାନୂସାରେ ଚଳିତ ବର୍ଷ ୨୮୮୮ଟି ପରୀକ୍ଷାକେନ୍ଦ୍ରରେ ୫ଲକ୍ଷ ୬୦ହଜାର,୬୦୫ଜଣ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି । ଏମାନଙ୍କ ମଧ୍ୟରେ ୫ଲକ୍ଷ ୪୭ ହଜାର ୭୬୧ ଜଣ ହାଇସ୍କୁଲ, ୯ହଜାର ୭୭୧ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ୩ହଜାର ୩୩୭ଜଣ ମଧ୍ୟମା ପରୀକ୍ଷାର୍ଥୀ ସାମିଲ ଅଛନ୍ତି । ଶାନ୍ତି ଶୃଙ୍ଖଳାର ସହିତ ପରୀକ୍ଷାର ସୁପରିଚାଳନା ଓ କପି ବନ୍ଦ ପାଇଁ ଜିଲ୍ଲା ସ୍ତରରେ ୬୯ଟି ଫ୍ଲାଇଂ ସ୍କ୍ୱାର୍ଡ ଓ ପରିଷଦସ୍ତରରେ ୪୪ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି । ତେବେ ଆସନ୍ତା ମାର୍ଚ୍ଚ ୧୮ରୁ ଏପ୍ରିଲ ୧୦ ମଧ୍ୟରେ ଖାତା ମୂଲ୍ୟାୟନ ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here