ବିପୁଳ ପରିମାଣର ଦେଶୀ ରନ୍ଧା ମଦ ସହ ବାଇକ ଜବତ

0
54

ଭଦ୍ରକ: ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦେଶକ୍ରମେ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଗୌତମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ବିପୁଳ ପରିମାଣରେ ଦେଶୀ ରନ୍ଧା ମଦ ସହ ବାଇକ ଜବତ ହୋଇଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ କ୍ଷୀତିଶ ଦାସ ଓ ଧନେଶ୍ୱର ବରାଡ଼ ଏବଂ ଭ୍ରାମ୍ୟମାଣ ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ପଢୁଆଁ ବଜାର, ଚୁଡ଼ାମଣି ମେରାଇନ ଥାନା ଅନ୍ତର୍ଗତ ଚୁଡ଼ାମଣି ଗ୍ରାମ ଓ ଚୁଡ଼ାମଣି ଜେଠି ରୋଡ଼ ଏବଂ ନାଇକାଣିଡ଼ିହି ଥାନା ଅନ୍ତର୍ଗତ ବିଦେଇପୁର ଗ୍ରାମ ଅଞ୍ଚଳରେ ଚଢାଉ କରାଯାଇ ୧୯୦ ଲିଟର ଦେଶୀ ରନ୍ଧା ମଦ ଓ ଗୋଟିଏ ବାଇକ୍‌ (ଓଡି୦୧ ଆର୍‌-୦୫୭୨) ଜବତ କରାଯାଇଛି।

LEAVE A REPLY

Please enter your comment!
Please enter your name here