ଭୁବନେଶ୍ବର: ମାତ୍ର ୪ ବର୍ଷର ଛୁଆ। ଭଲ କରି କଥା କହି ଶିଖିନି। ସିଲଟ ଖଡ଼ି ବି ଧରି ଜାଣିନି। କିନ୍ତୁ ମା’ର ଜିଦ୍ ପୁଳାପୁଳା ପଢ଼ିଯାଉ। ଟିଉସନ୍ ଯିବାକୁ ଅମଙ୍ଗ ହେବାରୁ ମା’ର ମୁଣ୍ଡକୁ ପିତ୍ତ ଚଢ଼ିଗଲା। ରାସ୍ତା ମଝିରେ ଗଡ଼େଇତଡ଼େଇ ପିଟିଲା ପୁଅକୁ। ବିଧା, ଗୋଇଠା, ଚାପୁଡ଼ା ଆଦି ମାରି ଚାଲିଲା। ଗୋରୁଗାଈଙ୍କୁ ପିଟିବା ଭଳି କୋମଳମତି ଶିଶୁକୁ ମା’ ହିଁ ନିଜେ ମାରୁଥିଲା। ଆଜି ରାଜଧାନୀରେ ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଭିଡିଓ ଭାଇରାଲ୍ ହେବା ପରେ ପୁଲିସ ମା’କୁ ଥାନାକୁ ଆଣି ନୋଟିସ୍ ଦେଇ ଛାଡ଼ିଛି।ଘଟଣାଟି ଥିଲା ଏମିତି। ଏୟାର୍ଫିଲ୍ଡ ଥାନା ଅଞ୍ଚଳରେ ରାସ୍ତା ଉପରେ ଜଣେ ମହିଳା ୪ ବର୍ଷର ଶିଶୁପୁତ୍ରକୁ ନିର୍ଘାତ୍ ମାଡ଼ ମାରୁଥିଲା। ପିଲାଟି ମା’ ମା’ ରଡ଼ି ଛାଡ଼ୁଥିଲେ ବି ନିର୍ଦ୍ଦୟ ମହିଳା କିଛି ଶୁଣୁନଥିଲେ। ବିଧା ଗୋଇଠା ମାରି ମାରି ପିଲାଟିକୁ ରାସ୍ତାରେ ଗଡ଼ାଇ ଦେଇଥିଲେ। ସେହି ରାସ୍ତାରେ ଯାଉଥିବା ଲୋକେ ହଠାତ୍ କିଛି ବୁଝିପାରିନଥିଲେ। ପରେ ଜଣାପଡ଼ିଲା ଯେ ଟିଉସନ୍ ଯିବାକୁ ପିଲାଟି ଅମଙ୍ଗ ହେବାରୁ ମା’ ଏମିତି ମାଡ଼ ମାରୁଛି। ମହିଳାଙ୍କ ଉଗ୍ର ରୂପ ଦେଖି କେହି ତାଙ୍କୁ ଅଟକାଇବାକୁ ସାହସ କଲେ ନାହିଁ। କିନ୍ତୁ ଜଣେ ଏହି ନିର୍ମମ ଦୃଶ୍ୟକୁ ମୋବାଇଲ୍ରେ ସୁଟ୍ କରି ଭାଇରାଲ୍ କରିଦେଲେ। ସେ ମଧ୍ୟ ଏହି ଭିଡିଓକୁ ପୁଲିସ କମିସନରଙ୍କ ନିକଟକୁ ପଠାଇ ଦେଇଥିଲେ। ସେଠାରୁ ନିର୍ଦ୍ଦେଶ ପାଇ ଏୟାର୍ ଫିଲ୍ଡ ଥାନା ପୁଲିସ ମହିଳାଙ୍କୁ ଠାବ କରି ଥାନାକୁ ଡକାଇ ଥିଲା। ଏମିତିକି ଖବର ପାଇ ଚାଇଲ୍ଡ ଲାଇନ୍ ଅଧିକାରୀ ମଧ୍ୟ ଥାନାରେ ପହଞ୍ଚିଥିଲେ। ମା’କୁ କାଉନ୍ସେଲିଂ କରିଥିଲେ। ଅବଶ୍ୟ ମା’ ସେତେବେଳକୁ ଭୁଲ୍ ବୁଝି ପାରିଥିଲେ ଓ ଅନୁତାପ କରିଥିଲେ। ତେଣୁ ପୁଲିସ ସିଆର୍ପିସି ୪୧ରେ ତାଙ୍କୁ ନୋଟିସ୍ କରି ଛାଡ଼ିଥିଲା।
Latest article
୪ ଦିନ ବନ୍ଦ ରହିବ ଏସ୍ବିଆଇର ଭୁବନେଶ୍ବର ମୁଖ୍ୟ ଶାଖା
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ୟୁନିଟ-୧ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର(ଏସ୍ବିଆଇ) ମୁଖ୍ୟ ଶାଖା ଆହୁରି ୪ ଦିନ ବନ୍ଦ ରହିବ। ମୁଖ୍ୟ କାର୍ଯ୍ୟାଳୟରେ ଆହୁରି ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି...
ସନ୍ତାକାଲି ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ସମସ୍ତ ସହରାଞ୍ଚଳରେ ଲକ୍ଡାଉନ୍ ଜାରି ହେବ
ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା କାରଣରୁ ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ସମସ୍ତ ସହରାଞ୍ଚଳରେ ଲକ୍ଡାଉନ୍ ଜାରି ହେବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ...
ନାଇଟ କର୍ଫ୍ୟୁ, ଲକଡାଉନ ଓ ସଟଡାଉନ କଥା ଏବେ ଚିନ୍ତା କରୁନୁ
ଭୁବନେଶ୍ଵର: ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୮୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ୧୪୪ ସଂକ୍ରମିତ ଥିବା ଜଣାଯାଇଛି। ଏନେଇ ବିଏମସି କମିସନର ପ୍ରେମଚନ୍ଦ ଚୌଧୁରୀ କହିଛନ୍ତି,...