ଲକ୍‌ଡାଉନ୍‌ ଭାରତୀୟ କୋଟିପତିଙ୍କୁ ୩୫% ଧନୀ କରାଇଥିବା ବେଳେ ଲକ୍ଷାଧିକ ଲୋକଙ୍କ ଜୀବିକା ଛଡ଼ାଇ ନେଇଛି

0
46

କରୋନାଭାଇରସ୍‌ ମହାମାରୀ ଭାରତର ଅତି ଧନୀ ଏବଂ କୋଟି କୋଟି ଅଣକୁଶଳୀ, ବେକାର ପୁରୁଷ ଓ ମହିଳାମାନଙ୍କର ସାମ୍ପ୍ରତିକ ଆୟ ମଧ୍ୟରେ ଥିବା ଅସମାନତାକୁ ଆହୁରି ବଢ଼ାଇ ଦେଇଥିବା କଥା ସୋମବାର ଦିନ ଲାଭରହିତ ସଙ୍ଗଠନ ‘ଅକ୍ସଫାମ୍‌’ ରିପୋର୍ଟ କରିଛି। ଏହି ରିପୋର୍ଟ ସୁଇଜର୍‌ଲାଣ୍ଡ୍‌ର ଡେଭୋସ୍‌ସ୍ଥିତ ‘ବିଶ୍ୱ ଆର୍ଥିକ ମଞ୍ଚ’ରେ ଉପସ୍ଥାପନ କରାଯିବ।‘ଅସମାନତା ଭୂତାଣୁ’ ଶୀର୍ଷକ ଏହି ରିପୋର୍ଟରେ ଉଲ୍ଲେଖ ଅଛି ଯେ, କେବଳ ୨୦୨୦ ଏପ୍ରିଲ୍‌ ମାସରେ ଲକ୍‌ଡାଉନ୍‌ ସମୟରେ ଭାରତର କୋଟିପତିମାନଙ୍କର ସମ୍ପତ୍ତି ହାରାହାରି ୩୫% ବୃଦ୍ଧି ପାଇଥିବା ବେଳେ ୮୪% ପରିବାର ଭିନ୍ନ ଭିନ୍ନ ପରିମାଣର ଆୟ ହରାଇଛନ୍ତି। ଏହାଛଡ଼ା, ପ୍ରତି ଘଣ୍ଟାରେ ୧.୭ ଲକ୍ଷ ଲୋକ କର୍ମସଂସ୍ଥାନ ହରାଇଛନ୍ତି।

LEAVE A REPLY

Please enter your comment!
Please enter your name here