ଲିଙ୍ଗରାଜଙ୍କ ଜାଗର ପାଇଁ ପ୍ରସ୍ତୁତି ବୈଠକ

0
346
abc
abc

ଭୁବନଶ୍ୱର(ଆଚିଭରର୍ସ ନ୍ୟିୁଜ୍‌): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ସୁରୁଖୁରରେ ସମ୍ପାଦନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ କରାଯାଇଛି । ଶ୍ରଦ୍ଧାଳୁମାନେ ଯେପରି ସୁରୁଖୁରରେ ଭଗବାନଙ୍କ ଦର୍ଶନ କରିବେ ସେନେଇ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦିଆଯାଇଛି । ବ୍ୟାରିକେଡ୍ ଦେଇ ଆସିବା ପରେ ସିଂହଦ୍ୱାରରେ ସାଧାରଣ ଭକ୍ତ ପ୍ରବେଶ କରିବେ ଏବଂ ଉତର ଦ୍ୱାର ଦେଇ ସେବାୟତଙ୍କ ପରିବାର ଆସିବେ । ସେହିପରି ସୌନ୍ଦର୍ଯ୍ୟ କରଣ ପରେ ସବୁ ଅଂଚଳରେ ଆଲୋକୀକରଣ ଓ ଟ୍ରାଫିକ୍ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଜଳ ଯୋଗାଣ,ସ୍ୱଚ୍ଛତା,ଧାଡି ଦର୍ଶନ, ପାର୍କିଂ ବ୍ୟବସ୍ଥା ଏବଂ ରାତି ୧୦ଟାରେ ମହାଦୀପ ଉଠିବା ନେଇ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଛି । ଏହି ବୈଠକରେ ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ, ଡିସିପି ଅନୁପ କୁମାର ସାହୁ, ଜଟଣାୀ ବିଧାୟକ ସୁରେଶ ରାଉତରାୟ,ଟ୍ରାଫିକ୍ ଡିସିପି ସାଗରିକା ନାଥ, ମନ୍ଦିର ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ । କିନ୍ତୁ ଏହି ବୈଠକରେ ବ୍ରାହ୍ମଣ ନିଯୋଗ ଉପସ୍ଥିତ ନଥିବାବେଳେ କାଯ୍ୟପନ୍ଥାକୁ ସମ୍ମତି ଜଣାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here