କରୋନାର କରାଳ ରୂପ

0
325
ABC
ABC

କରୋନା ଭାଇରସ୍‌ରେ ମୃତକ ସଂଖ୍ୟା ୧୭୬୫ରେ ପହଁଚିଛି । ଚିନ୍‌ରେ ସ୍ଥିତି ଦିନକୁ ଦିନ ଆହୁରି ବିପଦ ଆଡକୁ ଗତି କରୁଛି । କରୋନାର କେନ୍ଦ୍ରସ୍ଥଳ ପାଲଟିଥିବା ହୁବେଇ ରାଜ୍ୟରେ ଏହି ସଂକ୍ରମଣରେ ୧୬୯୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗତକାଲି ୧୦୦ଜଣଙ୍କର ଜୀବନ ଯାଇଛି । ସେହିଭଳି ଭାବେ ୧୯୩୩ଜଣଙ୍କ ଠାରେ ନୂତନ ଭାବେ କରୋନା ଭାଇରସ୍ ଦେଖିବାକୁ ମିଳିଛି । ୩୦ହଜାର ୪୩୩ଜଣ ଏହି ଭାଇରସ୍ ଯୋଗୁଁ ଅସୁସ୍ଥ ଥିବା ଚୀନର ନ୍ୟାସନାଲ ହେଲଥ୍ କମିଶନ ପକ୍ଷରୁ ସୂଚନା ମିଳିଛି । ହୁବେଇରେ କେବଳ ୧୬୯୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୮ହଜାର ୧୮୨ଜଣ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ କମିଶନଙ୍କ ପକ୍ଷରୁ ରିପୋର୍ଟ ମିଳିଛି । ଚୀନରେ ବେସରକାରୀ ଯାନବାହନ ଚଳାଚଳ ବନ୍ଦ କରାଯାଇଛି । ଅନ୍ୟପଟେ ଚୀନରୁ ଫେରିଥିବା ୪୦୬ଜଣ ଭାରତୀୟ କରୋନା ଭାଇରସରୁ ମୁକ୍ତ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here